ପ୍ରେମ, ପ୍ରତାରଣା ପରେ ଧାରଣା; ପ୍ରେମିକଙ୍କ ଘର ଆଗରେ ପ୍ରେମିକା ଓ ପରିବାରର ଧାରଣା

ରାୟଗଡ଼ା: ଲଭ୍ ସେକ୍ସ ଆଉ ତା ପରେ ଧୋକା। ଏଭଳି ଅଭିଯୋଗ ଆଣି ପ୍ରେମିକଙ୍କ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି ଯୁବତୀ ଓ ତାଙ୍କ ପରିବାର। ଏହି ଘଟଣା ଏବେ ରାୟଗଡ଼ା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅଭିଯୋଗ ଅନୁସାରେ, ରାୟଗଡ଼ାର ଏକ ଘରୋଇ କଲେଜ୍‌ରେ ପଢ଼ୁଥିଲେ ଝାଡ଼ଖଣ୍ଡ ଦୁମକା ଅଞ୍ଚଳର ଜଣେ ଛାତ୍ରୀ। ଏହି ସମୟରେ ସେହି କଲେଜର ଜଣେ ଶିକ୍ଷକଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏପରିକି ଇଞ୍ଜନିୟରିଂ ସରିବା ପରେ ତାଙ୍କୁ ଆଣି ସ୍ତ୍ରୀ ପରିଚୟ ଦେଇ ରାୟଗଡ଼ାରେ ରଖିଥିଲେ ଅଭିଯୁକ୍ତ ଶିକ୍ଷକ।

ଉଭୟଙ୍କ ଭିତରେ ଘନିଷ୍ଠତା ବଢ଼ିଥିଲା। ବିବାହ ପାଇଁ ଯୁବତୀଙ୍କ ପରିବାରଲୋକେ ଯୁବକଙ୍କ ଘର ଲୋକ ସହ କଥା ହୋଇଥିଲେ। ହେଲେ ଏନେଇ ଯୁବକଙ୍କ ପରିବାରଲୋକେ ୫ ଲକ୍ଷ ଟଙ୍କା ଯୌତୁକ ମାଗିଥିଲେ। ଏନେଇ ଯୁବତୀଙ୍କ ପରିବାରଲୋକେ ଅସମର୍ଥ ହେବାରୁ ଅଭିଯୁକ୍ତ ଶିକ୍ଷକଙ୍କ ଭାହାଘର ଅନ୍ୟତ୍ର ଠିକ୍ ହୋଇଥିବା ଯୁବତୀ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଯୁବକଙ୍କ ପରିବାର ପ୍ରେମ ସମ୍ପର୍କକୁ ସ୍ୱୀକାର କରିଛନ୍ତି। ହେଲେ ଯୁବତୀଙ୍କ ପରିବାରଲୋକେ ତାଙ୍କ ବିବାହ ଅନ୍ୟତ୍ର ଠିକ୍ କରିଥିବା ପାଲଟା ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ଇଣ୍ଟରନେସନାଲ୍ ହ୍ୟୁମନ୍ କାଉନସିଲ୍ ପକ୍ଷରୁ ଶେଷଖାଲ ଥାନାରେ ଅଭିଯୋଗ କରାଯାଇଛି।

 

ଆହୁରି ପଢ଼ନ୍ତୁ

ନଭେମ୍ବରରେ କେମିତି ଚାଲିବ ସରକାରୀ ଅଫିସ, ଆସିଲା ଗାଇଡ୍‌ଲାଇନ୍

କମ୍ବିଂ ଅପରେସନ୍ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

You might also like