• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ମାଲକାନଗିରି ( ଜିତେନ୍ଦ୍ର ବେଉରା) : ୧୩ ବର୍ଷ ହେଲା ଅଜଣା ରୋଗରେ ପଙ୍ଗୁ ହୋଇ ଖଟରେ ପଡି ରହିଛି। ମୁଁ ଆଉ କଷ୍ଟସହ୍ୟ କରିପାରୁନି। ତେଣୁ ମୋତେ ଇଚ୍ଛା ମୃତ୍ୟୁ ଦିଆଯାଉ।

ଦୀର୍ଘ ବର୍ଷ ଧରି ଅଜଣା ରୋଗରେ ଶଯ୍ୟାଶାୟୀ ହୋଇ ପଡିରହିବା ପରେ ଏବେ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି କୋହଭରା ଚିଠି ଲେଖିଛନ୍ତି ମାଲକାନଗିରି ଜିଲ୍ଲା ସର୍ଗିଗୁଡା ଗାଁର ଯୁବତୀ ଚମ୍ପା କାଲାକୁରା ।

୧୩ ବର୍ଷ ହେଲା ଅଜଣା ରୋଗରେ ପଙ୍ଗୁ ହୋଇ ଖଟରେ ପଡି ରହିଛି।

ମୁଁ ଆଉ କଷ୍ଟସହ୍ୟ କରିପାରୁନି। ତେଣୁ ମୋତେ ଇଚ୍ଛା ମୃତ୍ୟୁ ଦିଆଯାଉ।

ପରିବାର ଲୋକଙ୍କ କହିବା ଅନୁସାରେ, ୨୦୦୬ ମସିହାରେ ସପ୍ତମ ଶ୍ରେଣୀ ପାଠ ପଢୁଥିବାବେଳେ ହଠାତ ଚମ୍ପାଙ୍କ ଗୋଡହାତ ଝିମା ମାରିଥିଲା । କାହିଁକି ଏଭଳି ହେଉଛି ସେନେଇ ପରିବାର ଲୋକ ବାରମ୍ବାର ଡାକ୍ତରଙ୍କୁ ଦେଖାଇଲେ, ହେଲେ କିଛି ସୁଫଳ ମିଳିଲାନି।  ପରେ ଧିରେ ଧିରେ ଚମ୍ପାଙ୍କ ଗୋଡ଼ହାତ ଅଚଳ ହେବା ସହ ଶଯ୍ୟାଶାୟୀ ହୋଇପଡିଲେ। ଏମିତିକି ନିଜ ହାତରେ ନିଜେ ଖାଇବାକୁ ମଧ୍ୟ ଅକ୍ଷମ ହୋଇଯାଇଥିଲେ।

ଘରର ଆର୍ଥିକ ସ୍ଥିତି ଶୋଚନୀୟ ଥିବାରୁ ଏବେ ଆଉ ବଂଚିବାକୁ ଚାହୁଁନାହାନ୍ତି ଚମ୍ପା। ଶୈଶବ ଅବସ୍ଥାରୁ ରୋଗାକ୍ରାନ୍ତ ହୋଇ କିଶୋରୀ ବୟସରେ ପହଞ୍ଚିଥିବାରୁ ଶେଷରେ ଇଚ୍ଛାମୃତ୍ୟୁ ନହେଲେ ଚିକିତ୍ସା ପାଇଁ ସରକାରୀ ସହାୟତା ଦେବା ଲାଗି ନିବେଦନ କରିଛନ୍ତି।

Girl-write-letter-to-cm-naveen-patnaik-in-malkangiri
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories