ଏକତରଫା ପ୍ରେମରେ ଅତିଷ୍ଠ ହୋଇ ଯୁବତୀଙ୍କ ଅାତ୍ମହତ୍ୟା

କେନ୍ଦ୍ରାପଡା : ଏକତରଫା ପ୍ରେମ ନିବେଦନରେ ଅତିଷ୍ଠ ହୋଇ ଯୁବତୀଙ୍କ ଅାତ୍ମହତ୍ୟା ଅଭିଯୋଗ। କେନ୍ଦ୍ରାପଡାର ନିକିରାଇ ଥାନା ପଳକଣା ଗାଁର ଜଣେ ଯୁବତୀ ରାତିରେ ପରିବାର ଲୋକ ଶୋଇଥିବା ବେଳେ ଅାତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇଁ ନିକିରାଇ ପୁଲିସ ମୃତ ଦେହ ଜବତ କରିବା ସହ ତଦନ୍ତ କରୁଛି।

ଅଭିଯୋଗ ଅନୁଯାୟୀ, ଜଣେ ଯୁବକ ଯୁବତୀ ଜଣଙ୍କୁ ବାରମ୍ବାର ପ୍ରେମ ନିବେଦନ କରିବା ସହ ହଇରାଣ କରୁଥିଲା। ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଅା ନଯିବାରୁ ପରିବର ଲୋକ ଗାଁରେ ମଧ୍ୟ ଜଣାଇଥିଲେ।

You might also like