ରାସ୍ତାରୁ କଲେଜ ଛାତ୍ରୀଙ୍କୁ ଟେକିନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା  : ରାସ୍ତାରୁ କଲେଜ ଛାତ୍ରୀଙ୍କୁ ଟେକିନେଲେ ଦୁର୍ବୃତ୍ତ। ଖୋର୍ଦ୍ଧା ବୋଲଗଡ଼ ଥାନା ମାଳିସାହି ରାସ୍ତାରେ କଲେଜରୁ ଫେରୁଥିବା ଜଣେ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ଆସିଛି।

ଛାତ୍ରୀ ଜଣଙ୍କ ସ୍ଥାନୀୟ ଏକ କଲେଜର ଯୁକ୍ତ ୩ ଦ୍ୱିତୀୟ ବର୍ଷରେ ପାଠ ପଢୁଛନ୍ତି। ତେବେ କଲେଜରୁ ଘରକୁ ଫେରିବା ବାଟରେ ଅପରାହ୍ଣ ଗୋଟାଏ ରୁ ୨ଟା ମଧ୍ୟରେ ମାଳିସାହି ରାସ୍ତାର ଜନ୍ତାରିବନ୍ଧ ନିକଟରୁ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି।

ଘଟଣାସ୍ଥଳରେ ଛାତ୍ରୀଙ୍କ ସ୍କୁଟି ଓ ଚପଲ ପଡିଥିବା ଦେଖିବାକୁ ମିଳିଛି। ଏନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ବୋଲଗଡ଼ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।

You might also like