କାର୍ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ !

ଧର୍ମଗଡ଼ : ପୁଣି ଥରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଯୁବତୀଙ୍କ ସହ ଦୁଷ୍କର୍ମ ଅଭିଯୋଗ। ଲିଫ୍ଟ ଦେବା ବାହାନାରେ କାର୍ ଭିତରେ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଏତଲା ଦିଆଯାଇଛି । ଏହାପରେ ଅଭିଯୁକ୍ତଙ୍କୁ ଉଠାଇ ନେଇଛି ପୁଲିସ୍।

ମିଳିଥିବା ସୂଚନା ମୁତାବକ, ଗତ ୫ ତାରିଖ ଦିନ ଭୁବନେଶ୍ୱରରୁ ଜୟପାଟଣା ଯାଉଥିଲେ ଯୁବତୀ। ସକାଳେ ଭବାନୀପାଟଣାରେ ବସ୍ ରହିଥିଲା, ଏହି ସମୟରେ ଯୁବତୀ ଶୌଚାଳୟ ଯାଇଥିଲେ। ତେବେ ଶୌଚାଳୟରୁ ଫେରିବା ପରେ ବସ୍ ଛାଡ଼ି ଦେଇଥିବା ଦେଖିଥିଲେ ଯୁବତୀ । ପରେ ଜଣେ କାର୍ ଚାଳକ ତାଙ୍କୁ ଜୟପାଟଣା ଛାଡ଼ିଦେବ କହି ନେଇଥିଲା।

ରାସ୍ତାରେ କାର ଚାଳକ କାର୍ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ କାର୍ ଭିତରେ ଦୁଷ୍କର୍ମ ପରେ ପୁଣି ଘରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

You might also like