ଦୁଷ୍କର୍ମ କରିଥିବା ଭୟରେ ଏଭଳି କାଣ୍ଡ ଭିଆଇଲା ନାବାଳକ

କେନ୍ଦୁଝର: ଗତକାଲି ଜଣେ ନାବାଳିକା କିଛି ଦୂରରେ ଥିବା ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ କିନ୍ତୁ ଆଉ ଫେରିନଥିଲେ। ବରଂ ଫେରିଥିଲା ଛୋଟ ଝିଅର ମୃତଦେହ। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ବାମେବାରୀ ଥାନା ଅଞ୍ଚଳରେ। ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ହୋଇଛି।। ଗତକାଲି ନାବାଳିକା ଜଣକ ଘରକୁ ନଫେରିବାରୁ ଆଖପାଖ ଅଂଚଳରେ ଖୋଜାଖୋଜି କରିଥିଲେ ପରିବାର ଲୋକେ।

ତେବେ ଆଜି ସକାଳେ ଘର ପାଖ ଜଙ୍ଗଲରେ ଝିଅର ମୃତଦେହ ମିଳିବା ପରେ ପରିବାର ଲୋକେ ପୋଲିସକୁ ଜଣାଇଥିଲେ। ସାଇଣ୍ଟିଫିକ ଟିମ୍ ସହାୟତାରେ ପୋଲିସ ଘଟଣାର ତଦନ୍ତ କରି ଜଣେ ୧୪ ବର୍ଷର ନାବାଳକକୁ ଧରିଛି।

ଦୁଷ୍କର୍ମ ପରେ ଧରାପଡ଼ିବା ଭୟରେ ନାବାଳକ ଜଣକ ଝିଅକୁ ପିଟି ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିବା ସୂଚନା ମିଳିଛି। ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

ସେହିପରି ଚୌଦ୍ୱାର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି ଏହି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଅଟକ ରଖିଛି। ପୀଡ଼ିତାଙ୍କ ବାପାଙ୍କ ଏତଲା ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି।

You might also like