• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଜୟପୁର: ମାଆର ବାତ୍ସଲ୍ୟ ମମତା, ତ୍ୟାଗ, ବଳିଦାନକୁ ସମ୍ମାନ ଜଣାଇ ବିଶ୍ୱବାସୀ ଗତକାଲି ମାତୃ ଦିବସ ପାଳନ କରୁଥିଲେ। ହେଲେ ଏମିତି ଏକ ଦିନରେ ତାଙ୍କ ମା’ ତାଙ୍କୁ ଏକୁଟିଆ କରି ସବୁଦିନ ପାଇଁ ଛାଡ଼ି ଚାଲିଗଲେ।  ମାଆ ଚାଲିଯିବା ପରେ ତାଙ୍କ ସାମ୍ନାରେ ଏବେ ଖାଲି ଶୂନ୍ୟତା। ଯେମିତି ଜୀବନର ସବୁ ଖୁସି, ଆନନ୍ଦରେ ପୂର୍ଣ୍ଣଛେଦ ପଡିଯାଇଛି। ତଥାପି ଏତେ ଦୁଃଖରେ ବି ସେ ମା’ଙ୍କ ଜୁଇରେ ମୁଖାଗ୍ନି ଦେଇଥିଲେ।  ଏଭଳି କିଛି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁରରେ।

ଗତ ୪ ମାସ ଧରି ଜୟପୁର ଉପ କାରାଗାରରେ ବିଚାରାଧୀନ କଏଦୀ ଭାବେ ଜୀବନ କାଟୁଥିବା ଜଣେ ମହିଳାଙ୍କ ଗତକାଲି ମୃତ୍ୟୁ ଘଟିବା ପରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ସମ୍ପୃକ୍ତ ମହିଳାଙ୍କ କେହି ପୁଅ ନ ଥିବାରୁ ମୃତ୍ୟୁ ପରେ ଜୁଇରେ ମୁଖାଗ୍ନି ଦେଇଛନ୍ତି ତାଙ୍କ ଝିଅ। ମାତୃ ଦିବସରେ ମା’କୁ ସବୁଦିନ ପାଇଁ ହରାଇ ଝିଅ ମଧ୍ୟ ଦୁଃଖରେ ଭାଙ୍ଗି ପଡ଼ିଛି।

ସୂଚନା ଅନୁସାରେ, ଉକ୍ତ ମହିଳା ଜଣକ ଉପ-କାରାଗାରରେ ବନ୍ଦୀ ଥିବାବେଳେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ତେବେ ଚିିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା। ମହିଳାଙ୍କ ମୃତ୍ୟୁ ପରେ ହିନ୍ଦୁ ଧର୍ମର ରୀତିନୀତି ଅନୁସାରେ ଝିଅ ମୁଖାଗ୍ନି ଦେଇଥିଲେ। ଏହି ଅବସରରେ ଝିଅଟିକୁ କୋରାପୁଟ ପୌରପାଳିକା ପୂର୍ବତନ ଅଧ୍ୟକ୍ଷ ଭଗବାନ ବାହିନୀପତି, କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରି ରାଜଶ୍ରୀ ଦାସଙ୍କ ଓ କିଛି ସ୍ୱେଚ୍ଛାସେବୀ ସହଯୋଗର ହାତ ବଢାଇଥିଲେ।

Girl-performs-cremation-rites-of-mother-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories