ବିସ୍ମିତାଙ୍କ ବିସ୍ମୟ କୃତୀ, ଦେଖିଲେ ଆଖି ଲାଖିଯିବ

ପରିତ୍ୟକ୍ତ ଜିନିଷକୁ ଦେଲେ ନୂଆ ପରିଚୟ

ଜୟପୁର:କିଏ ଅଳିଆ କହି ଫୋପାଡି ଦେଉଥିଲା, କିଏ ଆବର୍ଜନା କହି। ଆଉ ଏସବୁ ଗୋଟାଇ ରଖୁଥିଲେ ବିସ୍ମତା। ଏହି ଅଦରକାରୀ ବସ୍ତୁକୁ ନେଇ ଗଢିଥିଲେ ଏକ ବିସ୍ମୟ ଦୁନିଆ। ସେଇ ଦୁନିଆରେ ଥିଲା ଅଦକାରୀ ଜିନିଷରେ ଗଢା ସୁନ୍ଦର ଘରସଜା ସାମଗ୍ରୀ। ନିଜର ଏହି ବିସ୍ମୟ କୃତି ପାଇଁ ଚର୍ଚ୍ଚାକୁ ଆସିଛନ୍ତି ବିସ୍ମିତା ।

ଜୟପୁର ସହର ଜୟନଗରର ବିସ୍ମିତା ସାହୁ। ଅଦରକାରୀ, ଅବ୍ୟବହୃତ ସାମଗ୍ରୀକୁ ନେଇ ତିଆରି କରନ୍ତି ସୁନ୍ଦର ସୁନ୍ଦର ଜିନିଷ। ଭଳିକି ଭଳି ଫୁଲଦାନୀ, ଟେବୁଲ ଲ୍ୟାମ୍ପ, ଡିଜାଇନର୍ ଝୁମର୍, ଗାଲିଚା ସହ ଫଟୋ ଫ୍ରେମ୍…ଏମିତି ଅନେକ ଜିନିଷ ତିଆରି କରିଛନ୍ତି ପରିତ୍ୟକ୍ତ ଜିନିଷରୁ। ଦେଖିଲେ ଆଖି ଲାଖିଯିବ।

ଏହାକୁ ପ୍ରସ୍ତୁତ କରିବା ପାଇଁ ସେ ବ୍ୟବହାର କରିଛନ୍ତି ଅବ୍ୟବହୃତ ପ୍ଲାଷ୍ଟିକ୍‌ ବୋତଲ, କାର୍ଟୁନ, ସିଡି, ଅଦରକାରୀ କପଡା, ପଲିଥିନ୍‌ ଇତ୍ୟାଦି ।

ପ୍ରାୟ ୨ ବର୍ଷ ହେଲା ଏହି କାମ କରି ଆସୁଛନ୍ତି ବିସ୍ମିତା। ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି ତାଙ୍କର ୨ ଭଉଣୀ।  ବଜାରର ମହଙ୍ଗା ସାମଗ୍ରୀଠୁ ତାଙ୍କ ହାତ ତିଆରି ଏସବୁ ସାମଗ୍ରୀ କୌଣସି ଗୁଣରେ କମ୍ ନୁହେଁ।

ବର୍ଜ୍ୟବସ୍ତୁକୁ ଲୋକେ ଖୋଲାରେ ଫିଙ୍ଗି ପରିବେଶ ପ୍ରଦୂଷଣ କରୁଥିଲେ। ହେଲେ ଏହାକୁ ପୁନଃ ବ୍ୟବହାର କରି ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେଉଛନ୍ତି ବିସ୍ମିତା ।

 

ଆହୁରି ପଢ଼ନ୍ତୁ

ଘୁଞ୍ଚିଲା ଓଡ଼ିଶା ସିଭିଲ୍‌ ସର୍ଭିସ-୨୦୧୯ର ମୁଖ୍ୟ ଲିଖିତ ପରୀକ୍ଷା

ମାମୁଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଲେ ଭଣଜା

କୂଅ ଭିତରୁ ମିଳିଲା ନିଖୋଜ ମା’ ଓ ପୁଅଙ୍କ ମୃତଦେହ

କେବେ ଖୋଲିବ ମନ୍ଦିର? ଦ୍ୱିତୀୟ ଥର ପାଇଁ ଘଣ୍ଟ ପିଟିଲେ ସେବାୟତ

୧୫ ହଜାର ଟଙ୍କାରେ ବିକ୍ରି ହେଲା ମାସେ ୭ ଦିନର ଶିଶୁକନ୍ୟା

ଖୋଲା ଜିପ୍‌ରେ ବସି ପ୍ରଚାର କଲେ ବେଣୁଧର

ଉପନିର୍ବାଚନ ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ମଇଦାନକୁ ନଯାଇ ପ୍ରଚାର କଲେ ନବୀନ

ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୨ ଲକ୍ଷ ୭୦, ୧୩୦କୁ ବୃଦ୍ଧି

ମୁଖ୍ୟମନ୍ତ୍ରୀଙ୍କୁ  ନିରଞ୍ଜନଙ୍କ ପ୍ରଶ୍ନ; ନିଜେ ସୁରକ୍ଷିତ ରହି ଲୋକଙ୍କୁ କାହିଁକି ବିପଦକୁ ଠେଲୁଛ ?

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଦିନକରେ ୧୧୦ ପଜିଟିଭ ଚିହ୍ନଟ

ତିର୍ତ୍ତୋଲ ପାଇଁ ଭର୍ଚୁଆଲ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ

You might also like