ଭୁବନେଶ୍ୱର ଏମ୍ସରେ ଚାକିରି ଦେବା ନାଁରେ ଠକେଇ, ହୋଇଥିଲା ୨ ଲକ୍ଷ ଟଙ୍କା ଡିଲ୍‌

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗ। ଏମିତି କିଛି ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ।

ସୂଚନା ଅନୁସାରେ, ଭୁବନେଶ୍ୱର ଏମ୍ସରେ ଷ୍ଟାଫ୍ ନର୍ସ ଚାକିରି କରାଇ ଦେବା ପାଇଁ ୨ ଲକ୍ଷ ଟଙ୍କା ଦେବାକୁ ଡିଲ୍ ହୋଇଥିଲା। ବ୍ରହ୍ମପୁରର ଜଣେ ଯୁବକ ଏହି ଡିଲ୍‌ କରିଥିଲେ। ଗତ ୨୪ରେ ଯୁବକ ଜଣକ ସମ୍ପୃକ୍ତ ଯୁବତୀଙ୍କ ଠାରୁ ୧୦ ହଜାର ଟଙ୍କା ନେଇଥିଲେ। ଆଜି ବାକି ଟଙ୍କା ନେବା ପାଇଁ ଦୁଇ ଜଣ ମହିଳା ଆସିଥିବା ବେଳେ କୋଳଥିଆ ନିକଟରେ ପୋଲିସ୍‌ ସେମାନଙ୍କୁ ଧରିଥିଲା।

ସମ୍ପୃକ୍ତ ୨ ମହିଳା ମଧ୍ୟ ଏକ ଘରୋଇ ହସ୍ପିଟାଲ୍‌ରେ ନର୍ସ ଥିବା ଜଣାପଡ଼ିଛି। ଏୟାରଫିଲ୍ଡ ପୋଲିସ୍‌ ସେମାନଙ୍କୁ ଅଟକ ରଖି ପଚରାଉଚରା କରିଛି।

You might also like