ଗଛ ପଡି ଗୁରୁତର ଥିବା ଛାତ୍ରୀଙ୍କ ମୃତ୍ୟୁ , ସ୍ଥାନୀୟ ଲୋକଙ୍କ ରାସ୍ତାରୋକ୍‌

କେନ୍ଦ୍ରାପଡା (ମନୋଜ କୁମାର ସ୍ୱାଇଁ) : କେନ୍ଦ୍ରାପଡ଼ା ଜିଲ୍ଲା ତିନିମୁହାଣୀ ବସ୍‌ଷ୍ଟାଣ୍ଡ ରାସ୍ତାର କେନ୍ଦ୍ରାପଡା ଅରବାନ କୋପେରଟିଭି ବ୍ୟାଙ୍କ ସମ୍ମୁଖରେ ଛାତ୍ରୀଙ୍କ ଶବ ରଖି କ୍ଷତିପୂରଣ ଦାବିରେ ପରିବାର ସହ ସ୍ଥାନୀୟ ଲୋକେ ରାସ୍ତା ରୋକ୍‌ କରିଛନ୍ତି। କଜଳା ଗ୍ରାମର ଶେଜଲ ବଳ ଗତକାଲି ସକାଳେ ଟିଉସନ୍ ସାରି ଘରକୁ ଫେରୁଥିବା ବେଳେ କଜଳା ଅର୍ବାନ୍‌ ବ୍ୟାଙ୍କ ପଛ ରାସ୍ତାରେ ଥିବା ଏକ ଝାଉଁ ଗଛକୁ ସ୍ଥାନୀୟ ଲୋକେ କାଟୁଥିଲେ । ଗଛ କଟାଯିବା ନେଇ କୌଣସି ସୂଚନା ଦିଆଯାଇ ନ ଥିଲା ।

ଛାତ୍ରୀ ଜଣଙ୍କ ନିଜ ସାଇକେଲ ଯୋଗେ ସେହି ରାସ୍ତାରେ ଫେରୁଥିବା ବେଳେ ହଠାତ୍ ତାଙ୍କ ଉପରେ ଗଛଟି ଭାଙ୍ଗି ପଡ଼ିଥିଲା। ଏଥିରେ ଛାତ୍ରୀ ଜଣକ ଗୁରୁତର ହୋଇଥିବା ବେଳେ ସାଇକେଲଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇ ଯାଇଥିଲା। ତେବେ ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ହସ୍ପିଟାଲ ଓ ପରେ କଟକ ନିଆଯାଇଥିଲା। କଟକରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା।

You might also like