ଯୁବକଙ୍କ ଏକତରଫା ପ୍ରେମରେ ଅତିଷ୍ଠ ଯୁବତୀଙ୍କ ଆତ୍ମହତ୍ୟା
ବଲାଙ୍ଗିର: ଯୁବକଙ୍କ ଏକତରଫା ପ୍ରେମରେ ଅତିଷ୍ଠ ହୋଇ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା।
ଅଭିଯୋଗ ଅନୁଯାୟୀ, ଯୁବତୀ ଜଣଙ୍କୁ ନିୟମିତ ଭାବେ ଯୁବକ ଜଣକ ହଇରାଣ କରୁଥିଲେ। ରାସ୍ତାଘାଟରେ କମେଣ୍ଟ ମାରିବା ସହ ପ୍ରେମ ନିବେଦନ କରୁଥିଲେ ଯୁବକ। ଫଳରେ ଅତିଷ୍ଠ ହୋଇ ଯୁବତୀ ଜଣକ ଗତକାଲି ବିଷ ପିଇ ଦେଇଥିଲେ। ତାଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି। ପୁଇଁତଳା ଥାନାରେ ଯୁବକଙ୍କ ନାଁରେ ଯୁବତୀଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଜାରି ରଖିଛି।