୧୫ ହଜାର ଟଙ୍କାରେ ମାସକର ଛୁଆକୁ ବିକି ଦେଲେ ବାପାମା’ !

ରେଢାଖୋଲ(ରମାକାନ୍ତ ମହାନନ୍ଦ): ନିଜ ଜନ୍ମ କଲା ଛୁଆକୁ ବିକ୍ରି କରିବା ପାଇଁ ପଛାଇଲେ ନାହିଁ ବାପାମା’।  ୧୫ ହଜାର ଟଙ୍କାରେ ମାସକର ଶିଶୁକନ୍ୟାକୁ ପର ହାତକୁ ଟେକି ଦେଲେ। ଏଭଳି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ଚାରମାଲ ଥାନା ଅନ୍ତର୍ଗତ କେଉଟିବାହଳି ଗାଁରେ।

କେଉଟିବାହଳି ଗାଁର ଜଣେ ଦମ୍ପତି ତାଙ୍କର ମାସକର ଶିଶୁକନ୍ୟାକୁ କୁଷାପାଲି ଗାଁର ଜଣେ ଦମ୍ପତିଙ୍କୁ ବିକ୍ରି କରିଦେଇଥିଲେ। ଏନେଇ ରେଢ଼ାଖୋଲ ଚାଇଲ୍ଡ ଲାଇନ ଥାନାରେ ଅଭିଯୋଗ କରିଥିଲା।

ଚାଇଲ୍ଡ ଲାଇନ ଓ ଚାରମାଲ ପୋଲିସ୍‌ ଆଜି ସକାଳୁ ଶିଶୁଟିକୁ ଉଦ୍ଧାର କରିଥିଲେ। ରେଢାଖୋଲ ମେଡିକାଲ୍‌ରେ ପ୍ରାଥମିକ ଚିକିତ୍ସା ପରେ ଶିଶୁଟିକୁ ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ ଆଇନ୍‌ ଅନୁଯାୟୀ ରଖାଯିବ ବୋଲି ଚାଇଲ୍ଡ ଲାଇନ ସଦସ୍ୟ କହିଛନ୍ତି। ଶିଶୁ କନ୍ୟାର ବୟସ ମାତ୍ର ୧ ମାସ ୭ ଦିନ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ, ଶିଶୁକନ୍ୟାକୁ କିଣିଥିବା ଦମ୍ପତିଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି।

You might also like