୪୨୦ ପ୍ରେମିକ ! ଯୁବତୀଙ୍କୁ ଫସାଇ ଲୁଟିବାରେ ମାହିର

ଭୁବନେଶ୍ୱର  : ଲଭ୍, ସେକ୍ସ ଆଉ ତା’ପରେ ଧୋକା। ଗିରଫ ହୋଇ ଜେଲ୍ ଯିବା ପରେ ବି ଖୋଇ ଛାଡ଼ିନି ୪୨୦ ପ୍ରେମିକର। ଆମେ କହୁଛୁ ଏଭଳି ଜଣେ ଧୋକ୍କାବାଜ୍‌ର କଥା ଯିଏ ବହୁ ଯୁବତୀ ଓ ମହିଳାଙ୍କ ଜୀବନ ସହ ଖେଳ ଖେଳି ଧୋକ୍କା ଦେଇଚାଲିଛି। ଏପରିକି ଜେଲରୁ ଜାମିନ୍‌ରେ ମୁକୁଳିବା ପରେ ବି ଭୁବନେଶ୍ୱରରେ ପୁଣି ଶିକାର ଆରମ୍ଭ କରିଥିବା ଅଭିଯୋଗ ହୋଇଛି। ଏପରିକି ଧୋକାବାଜି ପ୍ରେମିକର ଶିକାର ସାଜିଥିବା କିଛି ମହିଳା ଓଟିଭି ଆଗରେ ସେମାନଙ୍କ କାହାଣୀ ବଖାଣିବା ସହ ସଂପୃକ୍ତ ଲମ୍ପଟ ଯୁବକ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନର ଦାବି କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ପ୍ରିୟରଞ୍ଜନ ନାୟକ ଓରଫ ପିଣ୍ଟୁ। ଘର କନ୍ଧମାଳରେ।

ଭୁବନେଶ୍ୱରର ଏକ ହଷ୍ଟେଲରେ କାମ କରୁଥିବା ଜଣେ ଯୁବତୀ ଏମିତି ପିଣ୍ଟୁଙ୍କ ପ୍ରେମରେ ଫସି ଯାଇଥିଲେ। ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘ ୯ବର୍ଷ କାଳ ତାଙ୍କ ସହ ସମ୍ପର୍କ ରଖିଥିଲେ ପିଣ୍ଟୁ। ଶେଷରେ ଟଙ୍କା ପଇସା ଲୁଟି ଫେରାର ମାରିଥିଲା ପିଣ୍ଟୁ। ଏନେଇ ଭୁବନେଶ୍ୱର ମହିଳା ଥାନା ପୁଲିସ ପ୍ରିୟରଞ୍ଜନକୁ ଗିରଫ କରି ଗତ ଫେବୃୟାରୀ ୫ତାରିଖରେ କୋର୍ଟ ଚାଲାଣ କରିଥିଲେ। ବଡ଼ କଥା ହେଉଛି କାହା ଆଗରେ ନିଜକୁ ବ୍ୟାଙ୍କ ମ୍ୟାନେଜର ତ’ କେତେବେଳେ ସଫ୍ଟୱେର ଇଞ୍ଜିନିୟର।  ପୁଣି କେତେବେଳେ ଓଏଏସ୍ ଅଧିକାରୀର ପରିଚୟ ଦେଇ ସମାନ ଢଙ୍ଗରେ ଜଣଙ୍କ ପରେ ଜଣଙ୍କୁ ଲୁଟି ଚାଲିଛି ଏ ପ୍ରେମିକ ପ୍ରବର।

ଏଠି ପ୍ରଶ୍ନ ଏମିତି ଜଣଙ୍କ ପରେ ଜଣେ ମହିଳାଙ୍କ ଜୀବନ ସହ ଖେଳୁଥିବା ଏ ଧୋକାବାଜ୍ ପାଖରେ କେବେ ପହଞ୍ଚିବ ଆଇନ୍‌ର ଶକ୍ତ ପଞ୍ଝା।

ଆହୁରି ପଢ଼ନ୍ତୁ

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

IT ଛାତ୍ର ତିଆରି କଲେ ଦେଶୀ ଭେଣ୍ଟିଲେଟର

ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆସିପାରିଲାନି ଆମ୍ବୁଲାନ୍ସ, ଅଧା ବାଟରେ ପ୍ରସବ କଲେ ମହିଳା

ବରମୁଣ୍ଡା ବସ୍ ଷ୍ଟାଣ୍ଡ ହେବ ISBT

ଅଧ୍ୟାପକ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

You might also like