ରୋଡ୍‌ ରୋମିଓକୁ ପାନେ : ସୋଶାଲ ମିଡିଆରେ ଭାଇରାଲ

ବ୍ରହ୍ମପୁର : ବ୍ରହ୍ମପୁରରେ ରୋଡ୍‌ ରୋମିଓକୁ ପାନେ। ବାରମ୍ବାର ପିଛା କରୁଥିବା ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ମାଡ଼ ମାରିଛନ୍ତି ଜଣେ ଛାତ୍ରୀ। ଏହି ମାଡ଼ ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ବ୍ରହ୍ମପୁର ସହରର ଗାନ୍ଧିନଗର ଅଞ୍ଚଳରେ ଏହି ଘଟଣା ଘଟିଛି। ଛାତ୍ରୀଙ୍କୁ ସଂପୃକ୍ତ ଯୁବକ କମେଣ୍ଟ କରିବାରୁ ଛାତ୍ରୀ ଜଣକ ରୋଡ୍‌ ରୋମିଓଙ୍କୁ ପାନେ ଦେଇଥିଲେ। ଏହି ସମୟରେ ସେହି ରାସ୍ତା ଦେଇଯାଉଥିବା ଲୋକ ସଂପୃକ୍ତ ଦୃଶ୍ୟକୁ ଭିଡିଓ ସୁଟିଂ କରି ସୋଶାଲ ମିଡିଅାରେ ଅପଲୋଡ୍‌ କରିଦେଇଥିଲେ।

ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା। ତେବେ ସେତେବେଳକୁ ସଂପୃକ୍ତ ଯୁବକ ଘଟଣା ସ୍ଥଳରୁ ପଳାଇଯାଇଥିଲା। ଏହି ଘଟଣାରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

You might also like