ରୋଡ ରୋମିଓକୁ ପାନେ: ଚପଲରେ ପିଟିଲେ, ରାସ୍ତା ମଝିରେ ଯୁବକଙ୍କୁ ଆଣ୍ଠେଇଲେ ଯୁବତୀ

କଟକ: ରୋଡ ରୋମିଓକୁ ପାନେ। ଯୁବତୀଙ୍କୁ ବିଚ୍ ରାସ୍ତାରେ ଅସଦାଚରଣ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ରାସ୍ତା ମଝିରେ ସମ୍ପୃକ୍ତ ଯୁବକ ଜଣଙ୍କୁ ଚପଲରେ ପିଟିବା ସହ ଆଣ୍ଠେଇ ଭୁଲ୍‌ ମଗାଇଥିଲେ ଯୁବତୀ। ଏହି ଘଟଣାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁସାରେ, ଗତକାଲି କଟକ ବକ୍ସି ବଜାର ଛକରେ ଉକ୍ତ ଯୁବକ ଜଣକ ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିଲେ। ଯୁବତୀ ଜଣକ ଏହାକୁ ବିରୋଧ କରି ସମ୍ପୃକ୍ତ ଯୁବକଙ୍କୁ ଚପଲରେ ପିଟିବା ସହ ବିଚ୍‌ ରାସ୍ତାରେ ତାଙ୍କୁ ଆଣ୍ଠେଇ ଭୁଲ୍‌ ମଗାଇଥିଲେ। ଯାହାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହୋଇଛି।

ଅନ୍ୟପକ୍ଷରେ, ନିଜ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯୁବକ ଜଣକ। ଏହି ଘଟଣାକୁ ନେଇ ସେ କହିଛନ୍ତି, ‘ମୁଁ ରାସ୍ତାରେ ଯାଉଥିଲି। ସେ ଝିଅ ରାସ୍ତା ଅତିକ୍ରମ କଲାବେଳେ ଭିଡ଼ ଭିତରେ ହାତ ବାଜି ଯାଇଥିଲା। ଫଳରେ ସେ(ଯୁବତୀ) ମୋତେ ପିଟିଥିଲେ।’

ଏହି ଘଟଣା ଯେତେବେଳେ ଘଟିଥିଲା ସେହି ସମୟରେ ଯୁବକ ଜଣ ମଦ୍ୟପାନ କରିଥିଲେ ବୋଲି ଜଣାପଡ଼ିଛି।

You might also like