ପ୍ରେମୀ ଯୁଗଳଙ୍କ ହାଇଡ୍ରାମା: ପ୍ରଥମେ କଥାବାର୍ତ୍ତା ପରେ ରାଗରୁଷା, ଶେଷରେ ଆତ୍ମହତ୍ୟା ଉଦ୍ୟମ !

ଭୁବନେଶ୍ୱର: ବିଚ୍‌ ରାସ୍ତାରେ ପ୍ରେମୀ ଯୁଗଳଙ୍କ ହାଇଡ୍ରାମା। ପ୍ରଥମେ କଥାବାର୍ତ୍ତା ପରେ ରାଗରୁଷା, ଶେଷରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ ଯୁବତୀ ଏ ଦୃଶ୍ୟ କେଉଁ ପିଲ୍ମର ନହେଁ, ସତ ଘଟଣା। ରାଜଧାନୀ ଭୁବନେଶ୍ୱରର ବିଚ୍‌ ରାସ୍ତାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ସୋମବାର ଦିନ ଦ୍ୱିପ୍ରହରରେ ଭୁବନେଶ୍ୱର ଭରତପୁର ମୁଖ୍ୟ ରାସ୍ତାରେ ଏହି ଘଟଣା ଘଟିଥିଲା।

ରାସ୍ତା ଉପରେ ଯୁବକ-ଯୁବତୀ କଥାବାର୍ତ୍ତା ହେଉଥିଲେ। ହେଲେ ଏହି ସମୟରେ ହଠାତ୍ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ଯୁବତୀ। ବ୍ୟାଗ୍‌ରୁ କିଛି ରାସାୟନିକ ପଦାର୍ଥ ପିଇବାକୁ ଉଦ୍ୟମ କରିବା ସହ ରାସ୍ତାକଡ଼ ଉଚ୍ଚ ସ୍ଥାନରୁ ତଳକୁ ଡେଇଁ ପଡ଼ିବାକୁ ଉଦ୍ୟମ କରିଥିଲେ ଯୁବତୀ ଜଣକ। ହେଲେ ଏହି ସମୟରେ ଦୌଡ଼ି ଦୌଡ଼ି ଆସି ସମ୍ପୃକ୍ତ ଯୁବତୀଙ୍କୁ ତାଙ୍କର ପୁରୁଷ ବନ୍ଧୁ ଅଟକାଇଥିଲେ।

କିଛି ସମୟର କଥାବାର୍ତ୍ତା ଭିତରେ ଯୁବତୀ ଜଣକ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ପୁରଷ ବନ୍ଧୁ ଓ ପାଖରେ ଥିବା କିଛି ଲୋକେ ତାଙ୍କୁ ଉଠାଇ ଆଣିଥିଲେ।

 

ଆହୁରି ପଢନ୍ତୁ : ଉଜୁଡି ଗଲା ସୁଖର ସଂସାର, ବିବାହର ୨ ବର୍ଷ ପରେ ପତ୍ନୀଙ୍କୁ ଦେହ ବ୍ୟବସାୟରେ ଲଗାଇଲେ ସ୍ୱାମୀ

You might also like