ନାବାଳିକାକୁ ଅପହରଣ, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ହାଇଦ୍ରାବାଦରେ ଜଣେ ଅଭିଯୁକ୍ତ ଅଟକ

କେନ୍ଦ୍ରାପଡା: ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହିଭଳି ସଙ୍ଗୀନ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜଗନ୍ନାଥପୁର ଘୋଷରାମାଳ ଗାଁରୁ।

ଖ‍ବର ମୁତାବକ, ଗତ ଜାନୁଆରୀ ୧୮ ତାରିଖରେ ନାବାଳିକା ଜଣକ ଗାଁ ପାଖକୁ ତ୍ରିବେଣୀ ମେଳା ଦେଖିବାକୁ ଯାଇଥିଲା। ମେଳା ଦେଖି ସଂପର୍କୟ ସାନ ଭାଇ ସହ ଫେରୁଥିବା ବେଳେ ତାଙ୍କୁ ସେହି ଗାଁର ଦିଲୀପ ସେଠୀ ଓ ତା’ର ୩ ଜଣ ଭାଇ ଅପହରଣ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ନିକିରାଇ ଥାନାରେ ଅଭିଯୋଗ ହୋଇଥିଲା ଓ ମାମଲା ମଧ୍ୟ ରୁଜୁ ହୋଇଥିଲା। ତେବେ ପୁଲିସ ଏହି ଘଟଣାରେ ସଂପୃକ୍ତ ନାବାଳିକାଙ୍କୁ ଉଦ୍ଧାର ପାଇଁ କୌଣସି ପଦକ୍ଷେପ ନେଇ ନ ଥିବା ଅଭିଯୋଗ ହୋଇଛି। ପୁଲିସର ନିଷ୍କ୍ରିୟତା ପାଇଁ ପରେ ଅପହରଣକାରୀ ଝିଅକୁ ହାଇଦ୍ରାବାଦ ନେଇଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।

ଛଅ ମାସ ପରେ ନାବାଳିକା ହାଇଦ୍ରାବାଦରେ ଆତ୍ମହତ୍ୟା କରିଥିବା ନିକିରାଇ ଥାନାକୁ ଖବର ଆସିଛି। କିନ୍ତୁ ପରିବାର ଲୋକେ ତାକୁ ଅପହରଣ ପରେ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଏହି ଘଟଣାରେ ହାଇଦ୍ରାବାଦ ମିରଜାପଲ୍ଲୀ ଥାନାରେ ଜଣଙ୍କୁ ଅଟକ ଅଟକ ରଖାଯାଇଛି।

ଅନ୍ୟପଟେ ମୃତଦେହକୁ ଆଣିବା ପାଇଁ ଆଜି ପୁଲିସ ଟିମ୍ ହାଇଦ୍ରବାଦ ଯିବ ବୋଲି ଜଣାପଡ଼ିଛି। ଆଇଆଇସି ଗୁଣନିଧି ନାୟକ କହିଛନ୍ତି ଯେ, ଝିଅ ଆତ୍ମହତ୍ୟା କରିଥିବା ମିରଜାପଲ୍ଲୀ ଥାନାରୁ ଖବର ଆସିଥିଲା । ଏ ସଂପର୍କରେ ଝିଅର ପରିବାରକୁ ଜଣାଇ ଦିଆଯାଇଛି। ଜଣେ ଅଭିଯୁକ୍ତ ଏହି ଘଟଣାରେ ମିରଜାପଲ୍ଲୀ ଥାନାରେ ଅଟକ ଅଛନ୍ତି । ପୁଲିସର ନିଷ୍କ୍ରିୟତା ଅଭିଯୋଗ ଉପରେ ସେ କହିଛନ୍ତି ଯେ, ସେତେବେଳେ ଥାନା ଦାୟିତ୍ୱରେ ନ ଥିଲେ । ଯଦି କୌଣସି ଅଭିଯୋଗ ଆସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ।

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like