ବାଲେଶ୍ୱର : ଛାତ୍ରୀଙ୍କୁ ଶିକ୍ଷକଙ୍କ ମାଡ଼ ଅଭିଯୋଗ। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି। ଏଭଳି ଅଭିଯୋଗ ଅାସିଛି ବାଲେଶ୍ୱର ଜିଲ୍ଲା ବାଲିଅାପାଳ ବ୍ଲକ୍ ସୁବର୍ଣ୍ଣରେଖା ହାଇସ୍କୁଲରୁ। ଅଭିଯୋଗ ଅନୁସାରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ବାହାରେ ବୁଲୁଥିବା ଦେଖି ଇଂରାଜୀ ଶିକ୍ଷକ ମାଡ଼ ମାରିଥିଲେ।
ଏଥିରେ ଛାତ୍ରୀଜଣଙ୍କ ଗୁରୁତର ହେବା ସହ ଅଚେତ ହୋଇପଡିଥିଲେ। ପରେ ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ବାଲିଅାପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ସେପଟେ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୋଗ ଅାସିନି। ଅଭିଯୋଗ ପରେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅାଯିବ ବୋଲି ବିଇଓ କହିଛନ୍ତି।