ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ ଜମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ

ଜମ୍ମୁ – କାଶ୍ମୀର : ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ ଜମ୍ମୁ ଓ କାଶ୍ମୀରର ପ୍ରଥମ ଲ୍ୟୁଟନାଣ୍ଟ ଗଭର୍ଣ୍ଣର। ଜମ୍ମୁ ଓ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଏଠାକାର ପ୍ରଥମ ଲ୍ୟୁଟନାଣ୍ଟ ଗଭର୍ଣ୍ଣର ଭାବେ ନିଯୁକ୍ତ ମିଳିଛି।

ସେପଟେ ପୂର୍ବରୁ ରାଜ୍ୟର ରାଜ୍ୟପାଳ ଥିବା ସତ୍ୟପାଲ ମଲ୍ଲିକଙ୍କୁ ଗୋଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ହୋଇଥିବା ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମୟୂରଭଞ୍ଜ ବେତନଟୀ ବାସିନ୍ଦା ଗିରୀଶ ଚନ୍ଦ୍ର ମୁର୍ମୁ ପୂର୍ବରୁ ଗୁଜରାଟ କ୍ୟାଡର ଆଇଏଏସ ଅଧିକାରୀ ଥିଲେ। ଏହାସହ ସେ କେନ୍ଦ୍ର ଅର୍ଥମନ୍ତ୍ରାଳୟରେ ବିନିଯୋଗ ବିଭାଗର ସଚିବ ଭାବେ କାର୍ଯ୍ୟ କରିଥିଲେ।

ସେପଟେ ଲଦାଖର ଲ୍ୟୁଟନାଣ୍ଟ ଗଭର୍ଣ୍ଣର ଭାବେ ପୂର୍ବତନ ଆଇଏଏସ୍ ଆର.କେ. ମାଥୁରଙ୍କୁ ନିଯୁକ୍ତ କରାଯାଇଛି। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀର ଓ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରାଯାଇଥିଲା ଆସନ୍ତା ୩୧ ତାରିଖ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି।

ଏହାପୂର୍ବରୁ ମଧ୍ୟ ୨ ଜଣ ଓଡ଼ିଆ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଭାବେ କାର୍ଯ୍ୟରତ ଅଛନ୍ତି। ବିଶ୍ୱଭୁଷଣ ହରିଚନ୍ଦନ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଏବଂ ଦୌପଦୀ ମୁର୍ମୁ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି।

ଗିରୀଶଙ୍କୁ ମିଳିବ ଏସବୁ କ୍ଷମତା –
ସମସ୍ତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌), ଭାରତୀୟ ପୁଲିସ୍‌ ସେବା (ଆଇପିଏସ୍‌) ଏବଂ ଆଣ୍ଟି କରପସନ୍‌ ବ୍ୟୁରୋ (ଏସିବି) ଉପରାଜ୍ୟପାଳଙ୍କ ଅଧୀନରେ ରହିବେ। କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚିତ ସରକାର ହାତରେ ଏହିସବୁ କ୍ଷମତା ରହିବନି।

ଏକକ ହାଇକୋର୍ଟ
ଅକ୍ଟୋବର ୩୧ ବା ଗିରୀଶଙ୍କ ନିଯୁକ୍ତି ତାରିଖ ପରଠାରୁ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ ପରେ ଜମ୍ମୁ-କଶ୍ମୀର ଏବଂ ଲଦାଖର ଗୋଟିଏ ହାଇକୋର୍ଟ ବା ଉଚ୍ଚ ନ୍ୟାୟାଳୟ ରହିବ।

You might also like