ଅଦା ସହ ପରିବା ଚାଷ ନଷ୍ଟ, ଚିନ୍ତାରେ ଚାଷୀ

କୋରାପୁଟ: ଜିଲ୍ଲାରେ ଆଦିବାସୀ ଚାଷୀଙ୍କ ଲାଇଫ୍‌ ଲାଇନ୍‌ କହିଲେ ଅଦା ସହ ଆଳୁ ଏବଂ ବିନ୍‌ସ ଚାଷ। ହେଲେ ଜିଲ୍ଲାର ପଟାଙ୍ଗୀ ଏବଂ ସେମିଳିଗୁଡ଼ା ଅଞ୍ଚଳରେ ଏବେ ଏହି ଚାଷରେ ବ୍ୟାପକ କ୍ଷତି ସହିଛନ୍ତି ଚାଷୀ।

ପ୍ରଥମେ ବର୍ଷାମାଡ଼ରେ ଅଦାରେ ପୋକ ଲାଗିଥିବା ସହିତ ଫସଲ ନଷ୍ଟ ହୋଇଥିବା ବେଳେ ଏବେ କିନ୍ତୁ ଜଳ ଅଭାବରୁ ପୋଡ଼ିଗଲାଣି ଅଦା ସମେତ ଆଳୁ କନ୍ଧମୂଳ ଆଉ ବିନ୍‌ସ ଫସଲ।

ଜୁନ୍‌ ମାସରେ ଅସରାଏ ବର୍ଷା ପରେ ପଟାଙ୍ଗୀ ବ୍ଲକ୍‌ର ମାଳପୁଟ, ବଡ଼ଟେମା ଓ ପାଙ୍କଝୋଲାରେ ଚାଷୀ, କନ୍ଧମୂଳ, ଅଦା ଓ ବିନ୍‌ସ ଭଳି ଫସଲ ଚାଷ କରିଥିଲେ।

ଏହାପରେ ଲଗାତାର ବର୍ଷା ଯୋଗୁ ଚାଷୀଙ୍କ ବ୍ୟାପକ ଫସଲ ନଷ୍ଟହୋଇଥିଲା। ଯାହା ବଞ୍ଚିଥିଲା, ତାକୁ ନେଇ ଚାଷୀ ନୂଆ ଆଶା ବାନ୍ଧିଥିଲେ। ହେଲେ ଅଳ୍ପ ବୃଷ୍ଟି ତାହା ବି ନଷ୍ଟ କରି ଦେଇଥିବା ଅଭିଯୋଗ ହୋଇଛି।

ଏ ନେଇ କିନ୍ତୁ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ଭିନ୍ନ ମତ ରଖିଛି। ଜିଲ୍ଲାକୁ ଚଳିତ ବର୍ଷ ମରୁଡ଼ି ଘୋଷଣା କରାଯାଇନି ତେଣୁ ତଦନ୍ତ ପରେ ବିଭାଗ ପଦକ୍ଷେପ ନେବ ବୋଲି କହିଛନ୍ତି ଅତିରିକ୍ତ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଶଙ୍କର୍ଷଣ ରାଉତ।

 

You might also like