ସୋର (ଶଶୀକାନ୍ତ ବେହେରା): ବାଲେଶ୍ୱର ସୋରରେ ବିଶାଳକାୟ ସାର୍କର ମୃତଦେହ ଉଦ୍ଧାର । ଶ୍ରୀଜଙ୍ଗ ପଞ୍ଚାୟତ କଣ୍ଟିଆଚେରା ନାଳରେ ଆଜି ସକାଳୁ ସାର୍କର ମୃତଦେହ ଦେଖିବାକୁ ମିଳିଛି। ସୁଟିଂପାହି ନିକଟରେ ଥିବା ଏକ ସଂକୀର୍ଣ୍ଣ ନାଳରେ ସାର୍କର ମୃତଦେହ ଲାଗିଛି । ଏହି ବିଶାଳକାୟ ମାଛଟିକୁ ଦେଖିବା ଲାଗି ଘଟଣାସ୍ଥଳରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି ।
#ନାଳରେ_ଭାସୁଛି_ବିରାଟକାୟ_ସାର୍କ
ନାଳରୁ ବିରାଟକାୟ ସାର୍କର ମୃତଦେହ ଉଦ୍ଧାର। ସମୁଦ୍ରକୁ ସଂଯୋଗ କରୁଥିବା କଣ୍ଟିଆଚେରା ନାଳରେ ଭାସୁଛି ସାର୍କର ମୃତଦେହ। ବିରଳ ମାଛକୁ ଦେଖିବାକୁ ଘଟଣାସ୍ଥଳରେ ଜମିଛି ଭିଡ଼। #Balasore #Odisha pic.twitter.com/HYx7TLgPVD— ଓଟିଭି (@otvkhabar) March 7, 2021
ସୂଚନାଯୋଗ୍ୟ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ମାରିବା ପାଇଁ ଯାଇଥିବା ବେଳେ ଜାଲରେ ଲାଗିଥିଲା ୧୦ ଫୁଟ୍ ଲମ୍ବ ଓ ୫ କ୍ଵିଣ୍ଟାଲର ସାର୍କ । ଜାଲରେ ସାର୍କ ପଡ଼ିବା ପରେ ମତ୍ସ୍ୟଜୀବୀମାନେ ସାର୍କଟିକୁ ଟାଣି ଟାଣି ସମୁଦ୍ରକୁ ନେଇଯାଇଥିଲେ । ହେଲେ କିଛି ପିଲା ତାକୁ ଟାଣି ଟାଣି ନାଳକୁ ନେଇ ଆସିଥିଲେ। ତେବେ ସାର୍କଟିର ଲାଞ୍ଜରେ ଏକ କ୍ଷତ ଥିବା ମଧ୍ୟ ଜଣାପଡ଼ିଛି। ସେପଟେ ସାର୍କର ମୃତଦେହ ଉଦ୍ଧାର ପରେ ମଧ୍ୟ ବର୍ତ୍ତମାନ ସୁସ୍ଥା ବନ ବିଭାଗର କୌଣସି ଅଧିକାରୀ ସେଠାରେ ପହଞ୍ଚି ନଥିବା ଜଣାପଡ଼ିଛି।