କେବେ ମିଳିବ ଜିଆଇ ଟ୍ୟାଗ୍
ଭୁବନେଶ୍ୱର: ରସଗୋଲାକୁ ଜିଆଇ ମାନ୍ୟତା ଦେବାରେ ସରକାରଙ୍କ ଆନ୍ତରିକତା ନେଇ ଉଠିଛି ପ୍ରଶ୍ନ। ଜୁନ୍ ମାସରେ ଜିଆଇ କର୍ତ୍ତୃପକ୍ଷ ଏ ସମ୍ପର୍କିତ ତଥ୍ୟ ଦେବାକୁ କହିଥିଲେ। କିନ୍ତୁ ରାଜ୍ୟ ସରକାର ଏଯାଏଁ ତଥ୍ୟ ଦେଇନାହାନ୍ତି। ତେବେ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖି MSME ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି ଜିଆଇ କର୍ତ୍ତୃପକ୍ଷ ଆମକୁ ୧୪ଟି ପ୍ରଶ୍ନର ତଥ୍ୟ ମାଗିଥିଲେ।
ଏହି ତଥ୍ୟ ୧ ମାସ ମଧ୍ୟରେ ଦେବାକୁ କହିଥଲେ। କିନ୍ତୁ ଆମେ ଅଗଷ୍ଟ ୨୧ ତାରିଖ ସୁଦ୍ଧା ଦେବାକୁ କହିଥିଲୁ। ଅଗଷ୍ଟ ପ୍ରଥମ ସପ୍ତାହ ମଧ୍ୟରେ ସରକାର ଏନେଇ ଜଣାଇବେ ବୋଲି ମନ୍ତ୍ରୀ କହିଛନ୍ତି। ସେପଟେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି କିଛି ତଥ୍ୟ ଦିଆଯାଇଥିବାବେଳେ ଆଉ କିଛି ତଥ୍ୟ ଦେବାକୁ ବାକି ଅଛି।