• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଳାହାଣ୍ଡି(ଘଟେଶ୍ୱର ମିଶ୍ର, ଇଙ୍ଗିତ ପଣ୍ଡା): ଅନ୍ଧବିଶ୍ୱାସର କୁହେଳିକା ଭିତରେ ବସା ବାନ୍ଧିଛି ଭୂତ ଭୟ। ଗାଡ଼ି ଆଲୁଅରେ ସ୍ପଷ୍ଟ ଦିଶିଗଲା ଭୂତ । ଦେଖିବା ଲୋକଙ୍କ ମନରେ ଛନକା। କୋଳାହାଳ ଭିତରେ ଦେଖିବାକୁ ମିଳୁଛି ଧଳାଲୁଗା କିମ୍ବା ଗାମୁଛା ପିନ୍ଧିଥିବା ଜିନିଷଟି ହଲୁଛି। ଆଉ ଏହା  ଦେଖିବା ପରେ ସମସ୍ତଙ୍କ ମନରେ ଛନକା ପଶିବା ସ୍ୱାଭାବିକ। ବିଜ୍ଞାନ ଯୁଗରେ ଲୋକଙ୍କ ଭିତରେ ଭୂତପ୍ରେତ ପ୍ରତି ବିଶ୍ୱାସ ନଥିବା ବେଳେ କିଛି ଦିନ କଳାହାଣ୍ଡି ଜିଲ୍ଲାରେ ଭାଇରାଲ ହୋଇଥିବା ଏକ ଭିଡ଼ିଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଆତଙ୍କ ସୃଷ୍ଟି କରିଛି।

କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଚିକିଲି ଗାଁରେ ଭୂତ ଦେଖାଯିବାର ଖବର ପ୍ରଘଟ ପରେ ସାରା ଅଂଚଳରେ ଚାଂଚଲ୍ୟ ଖେଲିଯାଇଛି । ଗାଁର କିଛି ଲୋକ ରାତିରେ ଟ୍ରାକ୍ଟରରେ ଫେରୁଥିବା ବେଲେ ଭୂତ ହାବୁଡରେ ପଡିଥିବା ଚର୍ଚ୍ଚା ହେଉଛି ।  ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ଟ୍ରାକ୍ଟରରେ ବସିଥିବା ଲୋକଙ୍କ ମଧ୍ୟରୁ କେହି ଜଣେ ଏହି ଭିଡ଼ିଓ ସୁଟ୍ କରିଛନ୍ତି।  ଅନେକ ଲୋକ ନିଜ ଆଖିରେ ଭୂତକୁ ଆଗରୁ ଦେଖିଥିବା ମଧ୍ୟ କହିଛନ୍ତି।  ଭିଡିଓରୁ ଜଣା ପଡୁଛି , ଟ୍ରାକ୍ଟରରେ ଯାଉଥିବା ସମୟରେ ହଠାତ ସାମ୍ନାରେ କେହି ଜଣେ ରାସ୍ତା ଉପରେ ଚାଲୁଛି ।

କେବଳ ଏକ  ଧଳା ଶାଢୀ ଦେଖାଯାଉଥିବା ବେଳେ ମୁହଁ, ଗୋଡ, ହାତ କିଛି ଦେଖାଯାଉନାହିଁ । ଆଉ ଦେଖିବାକୁ ମିଳୁଛି ଧିରେ ଧିରେ ରାସ୍ତା କଡକୁ ଚାଲିଯାଉଛି ଅଜଣା ବ୍ୟକ୍ତି ।  ଏପଟେ ଭୟରେ ବସିଥିବା ଲୋକେ ପାଟିତୁଣ୍ଡ କରୁଥିବା ବେଳେ ଟ୍ରାକ୍ଟର ଡ୍ରାଇଭର ଡରରେ ଜଡ଼ସଡ଼ ହୋଇ ଟ୍ରାକ୍ଟର ଷ୍ଟାର୍ଟ କରି ପାରୁନି । ଏପରି ଭିଡିଓ ସବୁ ମୋବାଇଲରୁ ମୋବାଇଲକୁ ଘୁରି ବୁଲିଲା ପରେ ଚିକିଲି ଗାଁରେ ଆତଙ୍କର ବାତାବରଣ ଦେଖାଦେଇଛି ।

ତେବେ ଏହି ଭିଡ଼ିଓର ସତ୍ୟତା ନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ। ଘଟଣାଟି ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଜଣାପଡିବ । ଏହା ସତ ନା ଏଡିଟିଂ କରି ଭିଡିଓଟି କେହି ପ୍ରସ୍ତୁତ କରିଛି ତାହା ଜଣାପଡ଼ିନି । ଏପଟେ ହେତୁବାଦୀମାନେ ଏହି ଘଟଣାକୁ ହସି ଉଡ଼ାଇଦେଇଛନ୍ତି। ଭୂତପ୍ରେତ ଦୁନିଆରେ କିଛି ନାହିଁ ବୋଲି କହିଛନ୍ତି।

 

(ସୂଚନା: ଓଟିଭି କୌଣସି ଭୂତପ୍ରେତରେ ବିଶ୍ୱାସ କରେନାହିଁ, କିମ୍ବା ଅନ୍ଧବିଶ୍ୱାସକୁ ପ୍ରୋତ୍ସାହନ ଦିଏନାହିଁ)

Ghost-visual-becomes-viral-in-kalahandi
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories