ସ୍କୁଲରେ ଭୂତ ଭୟ , କମିଲାଣି ପିଲାଙ୍କ ଉପସ୍ଥାନ

ନୂଆପଡ଼ା /ଛତ୍ରପୁର : ଭୟଙ୍କର ଚିତ୍କାର…ଅସ୍ୱାଭାବିକ ଆଚରଣ। କେତେବେଳେ କାହା ନାଁ ନେଇ ତ ଆଉ କେତେବେଳେ ଅଜଣା କାହାଣୀ କହୁଛି କିଶୋରୀଟିଏ। ନୂଆପଡ଼ା ଜିଲ୍ଲା ନାଗଝର ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ଜଣକ ଅନେକ ଦିନ ହେଲାଣି ଅସ୍ୱାଭାବିକ ଆଚରଣ କରୁଛନ୍ତି। ଏହା ଜାଣିବା ପରେ ପ୍ରତିକାର ପାଇଁ ପରିବାର ଲୋକେ ଡାକ୍ତରଖାନା ବଦଳରେ ଗାଁ ନିକଟ ଏକ ବାବାଜୀ ମଠକୁ ନେଇଥିଲେ । କେବଳ ନାଗଝର ନୁହଁ, ଗତ କିଛି ଦିନ ତଳେ ଜିଲ୍ଲାର ସାନଦୋହେଲ ଗାଁରେ ଏକାଧିକ ଛାତ୍ରୀ ଅସ୍ୱାଭାବିକ ଆଚରଣ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା।

 ବିଡ଼ମ୍ବନାର କଥା ହେଉଛି, ଏହାର ନିରାକରଣ ପାଇଁ କୌଣସି ଡାକ୍ତରୀ ଚିକିତ୍ସା ନକରି ଗୁଣିଗାରେଡି ଉପରେ ଭରସା କରୁଛନ୍ତି ଅଭିଭାବକ। ଫଳରେ ଅନ୍ୟ ଛାତ୍ରଛାତ୍ରୀ ସ୍କୁଲ ଯିବାକୁ ବି ଭୟ କରୁଛନ୍ତି ଜିଲ୍ଲାରେ ।

ଗଂଜାମ ଜିଲ୍ଲା ବାଲିପଦର ରଘୁନାଥସ୍ବାମୀ ବାଳିକା ହାଇସ୍କୁଲର କ୍ଲାସରୁମରେ ଚେତା ହରାଇବସିଥିଲେ ଜଣେ ଛାତ୍ରୀ। ତାସହ କରିଥିଲେ ଅସ୍ୱାଭାବିକ ଆଚରଣ।

ଗତ କିଛି ଦିନ ତଳେ ଏହି ସ୍କୁଲର ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିଲେ । ତାପରଠୁ ଭୟ ଆଉ ଆତଙ୍କରେ ଥିବା ଅନ୍ୟ ଛାତ୍ରୀଙ୍କ ମଧ୍ୟରୁ ଜଣେ ଛାତ୍ରୀଙ୍କ ନିକଟରେ ଦେଖାଦେଇଥିଲା ଏଭଳି ଲକ୍ଷଣ। ତାପରଠୁ ଗତ ସପ୍ତାହେ ହେଲାଣି ଅସମ୍ଭବ ଭାବେ ପିଲାଙ୍କ ଉପସ୍ଥାନ ହ୍ରାସ ପାଇବାରେ ଲାଗିଛି।

ପ୍ରଶ୍ନ ଉଠୁଛି ବିଜ୍ଞାନ ଯୁଗରେ ବି ଭୂତପ୍ରେତ ଭଳି ଭୌତିକ ଘଟଣା ପଛର ସତ କଣ ହୋଇପାରେ ? ଶାରିରୀକ ସମସ୍ୟା ନା ମାନସିକ ? ସେପଟେ କ୍ରମାଗତ ଘଟଣା ପରେ ଏହାକୁ ଗୁରୁତର ସହ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ସଂପୃକ୍ତ ଜିଲ୍ଲାର ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

You might also like