ଭୂତ ଭୟରେ ସ୍କୁଲ୍‌ ହଷ୍ଟେଲରୁ ୫ ଛାତ୍ର ଛୁ

ଉଦଳା ( ମାନସ ପାଣି) : ଭୂତ ଭୟରେ ହଷ୍ଟେଲ ଛାଡ଼ିଲେ ୫ ଛାତ୍ର। ଏଭଳି ଘଟଣା ଘଟିଛି ମୟୁରଭଂଜ ଜିଲ୍ଲା ଉଦଳା ଖଇରା ବାଞ୍ଛାକଳ୍ପ ସଂସ୍କୃତ ବିଦ୍ୟାପୀଠରେ। ଆଜି ଭୋର୍‌ରୁ କାହାକୁ ନଜଣାଇ ସ୍କୁଲ ହଷ୍ଟେଲର ୫ ଛାତ୍ର ପଳାଇ ଆସିଥିବା ଅଭିଯୋଗ ହୋଇଛି।

ତେବେ ଉଦଳା ବସ୍‌ଷ୍ଟାଣ୍ଡରେ ଓହ୍ଲାଇବା ପରେ ସ୍ଥାନୀୟ ଲୋକଙ୍କ ସନ୍ଦେହ ହେବାରୁ ଛାତ୍ରଙ୍କୁ ଧରି ଉଦଳା ପୁଲିସର ଜିମା ଦେଇଛନ୍ତି ଲୋକେ। ଗତକାଲି ରାତିରେ ୧୫ଜଣଙ୍କ ମଧ୍ୟରୁ ୫ଜଣ ଛାତ୍ର ହଷ୍ଟେଲରୁ ଚାଲିଯାଇଥିବାବେଳେ ଆଉ ୫ ଛାତ୍ର ଆଜି ଭୋରରୁ ହଷ୍ଟେଲରୁ ପଳାଇ ଆସିଥିଲେ। ଭୂତ ଭୟରେ ସେମାନେ ହଷ୍ଟେଲ ଛାଡିଥିବା କହିଛନ୍ତି।

ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କିମ୍ବା ପୁଲିସ୍ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି। ଦୁଇଦିନ ପୂର୍ବରୁ ଗଂଜାମ ରଘୁନାଥ ସ୍ୱାମୀ ବାଳିକା ସ୍କୁଲରେ ଭୂତ ଭୟ ନେଇ ଛାତ୍ରୀ ଅଚେତ୍ ହୋଇପଡିବା ଗୁଜବ ଉଠିଥିଲା।

 

You might also like