• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: RTOକୁ ପେପରଲେସ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ସେବାର ଶୁଭାରମ୍ଭ କରିଛନ୍ତି। ମୋବାଇଲ ଆପ୍ ଜରିଆରେ ଏଣିକି ଲର୍ଣ୍ଣିଂ ଲାଇସେନ୍ସ ମିଳିପାରିବ। UMANG ଆପ୍ ଜରିଆରେ ଲର୍ଣ୍ଣିଂ ଲାଇସେନ୍ସ, ଦେଶରେ ପ୍ରଥମ। ଏହାସହ ଗାଡି ରେଜିଷ୍ଟ୍ରେସନ, ମାଲ ପରିବହନ ପରମିଟ ଆଦି ପେପରଲେସ୍ ହେବ। ଗାଡ଼ି ରେଜିଷ୍ଟ୍ରେସନ ନବୀକରଣ କିମ୍ବା ମାଲିକାନା ପରିବର୍ତ୍ତନ ବି ପେପରଲେସ୍ ହେବ। କେବଳ ସେତିକି ନୁହେଁ, ଯେକୌଣସି RTOରେ ନବୀକରଣ କିମ୍ବା ମାଲିକାନା ପରିବର୍ତ୍ତନ ହୋଇପାରିବ। ରେଜିଷ୍ଟ୍ରେସନ, ନବୀକରଣ, ପରିବହନ ପରମିଟ ପାଇଁ ଆଉ RTO ଯିବାକୁ ପଡ଼ିବନି।

ଆଗରୁ ଲର୍ଣ୍ଣର ଲାଇସେନ୍ସ ପାଇଁ ନିୟମ ଅଧିକ କଡ଼ାକଡ଼ି ସହ ବ୍ୟବସ୍ଥାରେ ସରଳୀକରଣ କରାଯାଇଛି। ଏନେଇ ରାଜ୍ୟର ସମସ୍ତ ୩୮ ଆରଟିଓରେ ଥିବା ଲର୍ଣ୍ଣିଂ ଲାଇସେନ୍ସ ସେଣ୍ଟରରେ ଆଇପି କ୍ୟାମେରା ଲଗାଯାଇଛି। କ୍ୟାମେରାରେ ଉତ୍ତୋଳିତ ଭିଡିଓ ଫୁଟେଜକୁ କଟକ ସ୍ଥିତ ରାଜ୍ୟ ପରିବହନ କର୍ତ୍ତୃପକ୍ଷ STA ପରିଚାଳନା କରିବେ।

ସେହିଭଳି ପରୀକ୍ଷାର ମାନ ବୃଦ୍ଧି ଲାଗି ପୂର୍ବରୁ ଥିବା ୧୦ ପ୍ରଶ୍ନ ବଦଳରେ ଏଣିକି ୨୦ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ସେହିଭଳି କମ୍ପୁଟରର ମାଉସ ବଦଳରେ ଟଚ୍ ସ୍କ୍ରିନ୍ ସୁବିଧା ରହିବ ଲର୍ଣ୍ଣର ଲାଇସେନ୍ସ ସେଣ୍ଟରରେ ପ୍ରାର୍ଥୀଙ୍କ ସୁବିଧା ଓ ପ୍ରସ୍ତୁତି ପାଇଁ ମକ୍ ଟେଷ୍ଟର ସୁବିଧା ଯୋଗାଇ ଦିଆଯିବ ବୋଲି ଏସଟିଏ ପକ୍ଷରୁ ସୂଚନା ଦିଆଯାଇଥିଲା।

Get-learners-license-through-umang-app
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories