ଲକ୍‌ଡାଉନ୍‌ରେ ଅନ୍‌ଲାଇନ୍‌ ପ୍ରତିଯୋଗିତା, ଘରେ ବସି ଜିତନ୍ତୁ ୧୦୦୦ ଟଙ୍କାର ପୁରସ୍କାର

ଭୁବନେଶ୍ୱର: ଲକ୍‌ଡାଉନ୍‌ ସମୟରେ ଆଉ ବୋର୍‌ ହେବାକୁ ପଡ଼ିବ ନାହିଁ। ଘରେ ବସି କୁଇଜ୍‌ ପ୍ରତିଯୋଗିତାରେ ଭାଗ ନେଇ ୧ ହଜାର ଟଙ୍କାର ପୁରସ୍କାର ଜିତନ୍ତୁ। ଘରେ ବସି ମନୋରଞ୍ଜନ ଓ ଟଙ୍କା ରୋଜଗାରର ଏଭଳି ସୁଯୋଗ ଆଣିଛି ପରିବହନ ବିଭାଗ। ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅନ୍‌ଲାଇନ୍‌ କୁଇଜ୍ ପ୍ରତିଯୋଗିତାର ଆୟୋଜନ କରାଯାଉଛି।

ସଡକ ସୁରକ୍ଷା ସଂପର୍କିତ କୁଇଜ୍ ଓ ଲର୍ଣ୍ଣର ଲାଇସେନ୍ସ ମକ୍ ଟେଷ୍ଟ୍‌ରେ ଭାଗ ନେଇ ଘରେ ବସି ଏକ ହଜାର ଟଙ୍କାର ପୁରସ୍କାର ଜିତି ପାରିବେ ପ୍ରତଯୋଗୀ। ପ୍ରତିଦିନ ୫ଜଣ ବିଜେତାଙ୍କୁ ଏହି ପୁରସ୍କାର ମିଳିବ।

ଅନ୍‌ଲାଇନରେ ଏହି ପ୍ରତିଯୋଗିତା ପ୍ରତିଦିନ ଲକ୍‌ଡାଉନ୍ ସରିବା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ଏଥିପାଇଁ www.odisharoadsafety.org କୁ ଯାଇ କୁଇଜରେ ଭାଗ ନେଇ ହେବ।

ge

You might also like