ଏଲ୍ପିଜି ଟ୍ୟାଙ୍କର୍ରୁ ଗ୍ୟାସ୍ ଲିକ୍, ଲୋକେ ଆତଙ୍କିତ
ଅନୁଗୁଳ: ୫୫ ନମ୍ବର ଜାତୀୟ ରାଜପଥ ଚନ୍ଦ୍ରବାହାଳ ନିକଟରେ ଏଲପିଜି ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍। ଫଳରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।
ଅାଖପାଖ ଅଂଚଳର ଲୋକେ ବି ଏହାକୁ ନେଇ ଭୟଭୀତ ହେବା ସହ ରାସ୍ତାର ଉଭୟ ପାଖରେ ଶତାଧିକ ଗାଡ଼ି ଅଟକି ରହିଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ତେବେ ଖବର ପାଇ ଅଗ୍ନିଶମ ବିଭାଗର ୩ଟି ଗାଡ଼ି ଗ୍ୟାସ୍ ଲିକେଜ୍କୁ ବନ୍ଦ କରିବା ପାଇଁ ଉଦ୍ୟମ କରୁଛନ୍ତି। ତେବେ ଗାଡ଼ି ନିକଟକୁ ନ ଯିବା ପାଇଁ ଲୋକଙ୍କୁ ପ୍ରଶାସନ ନିବେଦନ କରିଛି।