ବ୍ରିଜ୍ ତଳକୁ ଖସିଲା ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍

ଡ୍ରାଇଭର ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ମୟୁରଭଞ୍ଜ: ଏକ ଗ୍ୟାସ୍‌ ସିଲିଣ୍ଡର ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ମୟୂରଭଞ୍ଜ ରାଇରଙ୍ଗପୁର ବିଶୋଇ ଥାନା ନିକଟରେ ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକଟି ବ୍ରିଜ୍‌ ତଳକୁ ଖସି ପଡ଼ିଛି।

ଗାଡ଼ିର ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ବିଶୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜାମ୍‌ଶେଦ୍‌ପୁରରୁ ବାରିପଦା ଆସୁଥିବାବେଳେ ଟ୍ରକ୍‌ଟି ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଖସି ପଡ଼ିଥିଲା। ପୁଲିସ୍‌ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ଡ୍ରାଇଭର ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ଦୁର୍ଘଟଣା ଘଟିଥିବା ପୋଲର ସୁରକ୍ଷା ପିଲର ଭାଙ୍ଗିଯାଇଥିବାରୁ ଗାଡ଼ିଟି ତଳକୁ ଖସି ପଡ଼ିଥିଲା।

You might also like