ରାଉରକେଲାରେ ଗ୍ୟାସ ସିଲିଣ୍ଡର ଫାଟି ୬ ଅାହତ

ରାଉରକେଲା : ରାଉରକେଲା ମଧୂସୂଦନପାଲି ନିକଟ ତେଲୁଗୁ ବସ୍ତିରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ।  ଏଥିରେ ୬ ଜଣ ଅାହତ ହୋଇଛନ୍ତି । ଅାହତଙ୍କ ମଧ୍ୟରେ କିଛି ମହିଳା ଥିବା ସନ୍ଦେହ। ୨ ଗୁରୁତରଙ୍କୁ ରାଉରକେଲା IGHରେ ଭର୍ତ୍ତି କରାଯାଇଛି ।

ବିସ୍ଫୋରଣରେ ପ୍ରାୟ ୧୦ରୁ ଅଧିକ ଘରର କ୍ଷତିଗ୍ରସ୍ତ ହୋଇଛି । ବିସ୍ଫୋରଣରେ କିଛି ଘରର ଛାତ ଉଡିଯାଇଛି । ଭଂଗା ଘରର ଅବଶେଷ ତଳେ କିଛି ଲୋକ ଫସିଥିବା ସନ୍ଦେହ କରାଯାଉଛି। ବିସ୍ଫୋରଣ ପରେ କିଛି ଘରେ ନିଆଁ ଲାଗିଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଅାୟତ୍ତ କରିଥିଲେ। ଘରେ ଗ୍ୟାସ ସିଲିଣ୍ଡର ସହ ବାଣ ଗଚ୍ଛିତ ରଖାଯାଇଥିବା ଆଶଂକା କରାଯାଉଛି। ଦୁର୍ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହ ତଦନ୍ତ ଅାରମ୍ଭ କରିଛନ୍ତି।

You might also like