ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ଖୋର୍ଦ୍ଧା: ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ୬ ଜଣ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ଖୋର୍ଦ୍ଧା ବେଗୁନିଆ ଥାନା ଗଡ଼ମାଣିତ୍ରୀ ଗାଁରେ ଘଟିଛି ଏଭଳି ଅଘଟଣ। ଆହତମାନେ ସମସ୍ତେ ଗୋଟିଏ ପରିବାରର। ଆହତମାନଙ୍କ ମଧ୍ୟରୁ ୩ ମହିଳା ଜଣେ ଶିଶୁ ସମେତ ୬ ଗୁରୁତର ହୋଇଛନ୍ତି। ଘରେ ଗ୍ୟାସ ଚୁଲା ନଜଳିବାରୁ ସଜାଡ଼ିବା ବେଳେ ଅଘଟଣ ଘଟିଥିଲା। ସମସ୍ତ ୬ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆଜି ସନ୍ଧ୍ୟା ୭ରୁ ୮ଟା ବେଳେ ବେଗୁନିଆ ଥାନା ଗଡ଼ମାଣିତ୍ରୀ ଗାଁର ଅଜୟ ରାଉତରାୟଙ୍କ ଘରେ ପରିବାର ଲୋକେ ଖାଇବା ପାଇଁ ଏକାଠି ହୋଇଥିଲେ। ଖାଇବା ପୂର୍ବରୁ ରନ୍ଧା ଯାଇଥିବା ଖାଦ୍ୟକୁ ଗରମ କରିବା ପାଇଁ ଗ୍ୟାସ ଚୁଲାରେ ନିଆଁ ଲଗା ଯାଇଥିଲା। ମାତ୍ର ଗ୍ୟାସ ଚୁଲା ଜଳି ନଥିଲା। ତେବେ ଗ୍ୟାସ ଚୁଲା ସଜଡା ଚାଲିଥିବା ବେଳେ ହଠାତ ନିଆଁ ଲାଗି ଯାଇଥିଲା। ଫଳରେ ପରିବାର ୬ ଜଣ ନିଆଁରେ ପୋଡ଼ି ଯାଇଥିଲା।

ନିଆଁ ଜଳୁଥିବା ଦେଖି ପଡ଼ୋଶୀମାନେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଅନ୍ୟପକ୍ଷରେ ବେଗୁନିଆଁ ଅଗ୍ନିଶମ କର୍ମଚାରୀମାନେ ଗାଁରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

‘ଓଡ଼ିଶାରେ କରୋନା ରି-ଇନ୍‌ଫେକ୍‌ସନ୍ ହେଉଛି ’

ବ୍ରହ୍ମପୁରରୁ ଦୁବାଇକୁ ଲମ୍ବିଛି IPL ବେଟିଂ, ଜବତ ହେଲା ଲକ୍ଷାଧିକ ଟଙ୍କା

You might also like