ଧର୍ମଗଡ଼ : ହାଣ୍ଡିଶାଳରେ ବିସ୍ଫୋରଣ। ରୋଷେଇ କରୁଥିବାବେଳେ ରନ୍ଧନଗ୍ୟାସ୍ ସିଲିଣ୍ଡର ଫାଟି ପୁଅର ମୃତ୍ୟୁ ହୋଇଥିବାବେଳେ ମାଆ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଟେମରୀ ଗାଁରେ।
ଗାଁର ସୁକାନ୍ତି ପୁଟେଲ ନାମକ ଜଣେ ମହିଳା ଗ୍ୟାସ୍ ଲଗାଇ ରୋଷେଇ କରୁଥିଲେ। ଏହି ସମୟରେ ବିସ୍ଫୋରଣ ହୋଇଥିଲା। ଫଳରେ ପାଖରେ ଥିବା ତାଙ୍କ ୨୨ ବର୍ଷର ପୁଅ ସଂଜୀବଙ୍କ ମୃତ୍ୟୁ ହେବା ସହ ଘରର ଛାତ ଉଡ଼ିଯାଇ ନିଆଁ ଲାଗିଯାଇଥିଲା। ଦମକଳ ବାହିନୀ ପହଞ୍ଚିଲା ବେଳକୁ ବ୍ୟାପକ କ୍ଷୟକ୍ଷତି ଘଟି ସାରିଥିଲା।
ସେପଟେ ସୁକାନ୍ତିଙ୍କୁ ଗୁରୁତର ଅବସ୍ଥାରେ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।