ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ଘର

ଖୋର୍ଦ୍ଧା: ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ଜଳିଗଲା ଘର। ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ମଦନପୁର ଗାଁରେ ଗତକାଲି ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟି ଏକ ଘରେ ନିଆଁ ଲାଗି ଯାଇଥିଲା। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।

ପ୍ରଥମେ ଗୋଟିଏ ସିଲିଣ୍ଡରରେ ନିଆଁ ଲାଗି ଯାଇଥିଲା। ପରେ ଘରେ ଥିବା ୪ଟି ଯାକ ସିଲିଣ୍ଡରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା। ଫଳରେ ପୂରା ଘରେ ନିଆଁ ଲାଗି ଯାଇଥିଲା। ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ।

ଗୋଟିଏ ଟାଙ୍କିରୁ ଅନ୍ୟ ଏକ ଟାଙ୍କିକୁ ଗ୍ୟାସ୍ ଭର୍ତ୍ତି କରୁଥିବାବେଳେ ଏହି ଅଘଟଣ ଘଟିଥିବା ବୋଲି ସୂଚନା ମିଳିଛି।

You might also like