• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ମେ ୨୪ରୁ ଘର ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଏଏନଏମ୍ କର୍ମୀ ଓ ଆଶାକର୍ମୀ । ଆସନ୍ତା ୩ ମାସ ପର୍ଯ୍ୟନ୍ତ ଏହି ସର୍ଭେ ଚାଲୁ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସର୍ଭେରେ ନିୟୋଜିତ ଥିବା ଆଶାକର୍ମୀ ଓ ଏଏନଏମ୍ କର୍ମୀଙ୍କୁ ମାସିକ ୧୦୦୦ ଟଙ୍କା ଲେଖାଏଁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ରାଶି ଦିଆଯିବ । ଖାଲି ସେତିକି ନୁହେଁ ସଙ୍ଗରୋଧ ଦାୟିତ୍ୱରେ ଥିବା ଆଶାକର୍ମୀଙ୍କୁ ସାଇକେଲ୍, ଚପଲ, ଛତା, ଟର୍ଚ୍ଚ, ପାଇଁ ୧୦ ହଜାର ଟଙ୍କା ଦିଆଯିବ ।

ସେହିଭଳି କୋଭିଡ୍ ନିୟନ୍ତ୍ରଣରେ ଏଣିକି ଗାଁ କଲ୍ୟାଣ ସମିତି ସାମିଲ୍ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେମାନଙ୍କୁ ମଧ୍ୟ ବିଭିନ୍ନ ଖର୍ଚ୍ଚ ପାଇଁ ୧୦ ହଜାର ଟଙ୍କା ଦିଆଯିବ । ଅନ୍ୟପଟେ ଲକଡାଉନ୍ ଓ ଟିଏମସି ସଂପର୍କରେ ନିଷ୍ପତ୍ତି ନେବେ ସରପଞ୍ଚ ।

କରୋନା ଲଢ଼େଇରେ ବିଧାୟକଙ୍କ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଇପାରିବ । ମିଶନ ଶକ୍ତି ଗ୍ରୁପ୍ ଠାରୁ ମାସ୍କ କିଣି ଗରିବ ଲୋକଙ୍କୁ ବିତରଣ କରାଯିବ । ଏହି ମାସ୍କ କିଣାରେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ସରକାର ।

ଅନ୍ୟପଟେ ଆଉ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡରେ ମୃତକଙ୍କ ପରିବାରକୁ ମିଳିବ ପେନସନ୍ । ମୃତକଙ୍କ ବିଧବା ଓ ବାପା-ମାଙ୍କୁ ହରାଇଥିବା ପିଲାଙ୍କୁ ମିଳିବ ପେନସନ୍ । ସମସ୍ତଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ସାମିଲ୍ କରାଯିବ । ବାପା-ମାଙ୍କୁ ହରାଇଥିବା ପିଲାଙ୍କୁ ମାଗଣା ଶିକ୍ଷାଦାନ ଲାଗି ମଧ୍ୟ ସରକାର ଘୋଷଣା କରିଛନ୍ତି ।

ଖାଲି ସେତିକି ନୁହେଁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅକ୍ସିଜେନ୍ ଯୋଗାଣ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ସରକାର । ଅକ୍ସିଜେନ ଯୋଗାଣର ସୁପରିଚାଳନା ପାଇଁ ଟାସ୍କଫୋର୍ସ ଗଠନ କରାଯିବ ବୋଲି କହିଛନ୍ତି ।

Gaon-kalyan-samiti-to-take-part-in-efforts-to-contain-spread-of-covid-19
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories