ଗୋପାଳପୁର ବେଳାଭୂମିର ବିକାଶ ଲାଗି ପଦକ୍ଷେପ ନେଉନି ବିଭାଗ

ଗଞ୍ଜାମ: ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ହେଉଛି ଗୋପାଳପୁର ବେଳାଭୂମି। ସୁନ୍ଦର ବେଳାଭୂମି ସାଙ୍ଗକୁ ସୁଉଚ୍ଚ ବତୀ ଘର। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରେ। ହେଲେ ପର୍ଯ୍ୟଟକଙ୍କ ଲାଗି ବିଭାଗ ପକ୍ଷରୁ ସେମିତି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି।

ବ୍ରହ୍ମପୁର ସହରଠାରୁ ମାତ୍ର ୧୮ କିଲୋମିଟର ଦୂରରେ ରହିଛି ଏହି ବେଳାଭୂମି। ହେଲେ ମନୋରମ ଦୃଶ୍ୟ ବ୍ୟତୀତ, ପର୍ଯ୍ୟଟକଙ୍କ ଲାଗି ପର୍ଯ୍ୟଟନ ବିଭାଗ ପକ୍ଷରୁ ସେମିତି କିଛି ଆକିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। ଏଥିସହ ଗମନାଗମନ ସମସ୍ୟା ସହ ଭଲ ହୋଟେଲ୍ ନ ଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

ଅନ୍ୟପଟେ ଗୋପାଳପରୁ ବେଳାଭୂମି ଓ ଛତ୍ରପୁରର ଡାମ୍ପରା ହ୍ରଦର ଉନ୍ନତିକରଣ ଲାଗି ଆର୍ଥିକ ଅନୁଦାନ ଆସିଥିବା କହିଛନ୍ତି ପର୍ଯ୍ୟଟନ ଅଧିକାରୀ ସନାତନ ନାୟକ। ଏହାର ଦାୟିତ୍ୱ ବିଡିଏ ନେଇଥିବା ବେଳେ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଏପଟେ ଗୋପାଳପୁରକୁ ପର୍ଯ୍ୟଟନ ହବ୍ କରାଯିବା ସହ ପର୍ଯ୍ୟଟକଙ୍କ ଲାଗି ସମସ୍ତ ବ୍ୟବସ୍ଥା କରାଯିବ ବୋଲି ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା କହିଛନ୍ତି।

You might also like