ଓଡ଼ିଶାର ଏହି ଜିଲ୍ଲାରେ ଘରେ ଘରେ ଯାଞ୍ଚ ହେବ ସ୍ୱାସ୍ଥ୍ୟାବସ୍ଥା

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଘରେ ଘରେ ଯାଞ୍ଚ ହେବ ସ୍ୱାସ୍ଥ୍ୟାବସ୍ଥା। ଜିଲ୍ଲାର ପ୍ରତି ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ ବୋଲି ଜିଲ୍ଲାପାଳ ବିଜୟା ଅମୃତା କୁଲାଙ୍ଗେ କହିଛନ୍ତି। ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବ ପ୍ରତି ଟିମ୍‌ରେ ୪ ଜଣ ସଦସ୍ୟ ରହିବେ।

ଖଲ୍ଲିକୋଟରେ ବିଭିନ୍ନ ଟିଏମ୍‌ସିର ୧୫ କର୍ମଚାରୀ କରୋନା ପଜିଟିଭ୍ ବାହାରିବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ବାଦପଲ୍ଲୀ ପଞ୍ଚାୟତର ବିଭିନ୍ନ ଟିଏମ୍‌ସିରେ କାର୍ଯ୍ୟରତ ୧୨ ଜଣ ଓ  ଆୟିତିପୁର ପଞ୍ଚାୟତ TMCର ୨ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସଂକ୍ରମଣ ରୋକିବା ପାଇଁ ଏନେଇ ତୁରନ୍ତ ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ। ବାଦପଲ୍ଲୀ ପଞ୍ଚାୟତର ୯ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସେହିପରି ୧୦ଟି ଗାଁକୁ ବଫର ଜୋନ୍ ଘୋଷଣା କରାଯାଇଛି। ଆୟିତିପୁର ପଞ୍ଚାୟତର ବିରିପୁର ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ପଞ୍ଚାୟତର ୧୨ଟି ଗାଁକୁ ବଫର ଜୋନ୍ ଘୋଷଣା କରାଯାଇଛି।

 

ଆହୁରି ପଢ଼ନ୍ତୁ

You might also like