ମହାପ୍ରୟାଣ ଗାଡ଼ି ନମିଳିବାରୁ ଦୁଇ କିମି ରାସ୍ତା କାନ୍ଧରେ ବୋହିଲେ ଶବ

ଭୁବନେଶ୍ୱର: ମହାପ୍ରୟାଣ ଗାଡ଼ି ନମିଳିବାରୁ ଶେଷରେ ଦୀର୍ଘ ୨ କିଲୋମିଟର କାନ୍ଧରେ ବୋହି ବୋହି ଘରକୁ ମୃତଦେହ ଆଣିଲେ ପରିବାର ଲୋକେ। ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ବଡଗଡ ଅଞ୍ଚଳରୁ।

ଅଭିଯୋଗ ଅନୁଯାୟୀ, ପଦ୍ମପୁର ଗାଁର ଲକ୍ଷ୍ମୀ ଗୌଡଙ୍କ ଦେହ ଖରାପ ହେବାରୁ ତାଙ୍କୁ ବଡଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ହେଲେ ମେଡିକାଲରେ ଆଖି ବୁଜିଥିଲେ ଲକ୍ଷ୍ମୀ। ମୃତଦେହ ଘରକୁ ନେବା ପାଇଁ ମେଡିକାଲ କର୍ତ୍ତପକ୍ଷଙ୍କୁ ଯୋଗାଯୋଗ କରିଥିଲେ। ହେଲେ ଏଠାରେ କିଛି ସୁବିଧା ନାହିଁ କହିବା ସହ ଶୀଘ୍ର ମୃତଦେହ ଉଠାଅ ବୋଲି ମେଡିକାଲ କର୍ତ୍ତୃପକ୍ଷ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି। ଟ୍ରଲିବାଲା ମନା କରିବାରୁ ବାଧ୍ୟ ହୋଇ କାନ୍ଧରେ ମୃତଦେହ ଆଣିଥିଲୁ ବୋଲି କହିଛନ୍ତି ପରିବାର ଲୋକେ।

ଏପଟେ ମେଡିକାଲ ଇନଚାର୍ଜ ଭଗବାନ ସାହୁ କହିଛନ୍ତି, ଗୁରୁତର ଅବସ୍ଥାରେ ମେଡିକାଲକୁ ଆସିଥିଲେ ଲକ୍ଷ୍ମୀ ଗୌଡ। ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିଲା। କିନ୍ତୁ ଡାକ୍ତର ଘରକୁ ନେବାକୁ ବାରଣ କରିବା ପରେ ପରିବାର ଲୋକେ ଜୀବିତ ଅବସ୍ଥାରେ ଜବରଦସ୍ତି ଘରକୁ ନେଇ ଯାଇଥିଲେ। ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଛି।

You might also like