୫ ଦିନ ସଟଡାଉନ୍ ହେବ ଗଂଜାମର ସହରାଞ୍ଚଳ

ଭୁବନେଶ୍ୱର: କଟକ ପରେ ଏବେ ଗଂଜାମର ସଟଡାଉନ ପାଳି। ଜିଲ୍ଲାରେ ସଂକ୍ରମଣ ମାତ୍ରାଧିକ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୯ରୁ ୧୩ ତାରିଖ ଯାଏ ଗଂଜାମର ସହରାଞ୍ଚଳ  ହେବ ସଟଡାଉନ୍। ଏହି ଘୋଷଣା କରିଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।

ଏହି ସମୟରେ ବ୍ରହ୍ମପୁର ମହାନଗ ନିଗମ ଅଞ୍ଚଳ, ହିଞ୍ଜିଳିକାଟୁ ପୌରପରିଷଦ ଅଞ୍ଚଳ, ଜିଲ୍ଲାର ସମସ୍ତ NAC ଓ ବ୍ଲକ ହେଡ୍ କ୍ୱାର୍ଟର ଯଥା ଧରାକୋଟ, ସାନଖେମୁଣ୍ଡି, ଶେରଗ଼ଡ ଓ ଜଗନ୍ନାଥ ପ୍ରସାଦ ସଟଡାଉନ୍ ରହିବ।

ଏହି ସଟଡାଉନ ସମୟରେ ଘରକୁ ଘର ବୁଲି ସର୍ଭେ କରିବେ ସ୍ୱାସ୍ଥ୍ୟ କର୍ମୀ। କରୋନା ଲକ୍ଷଣ ନେଇ ସର୍ଭେ ବେଳେ ସବୁ ଲୋକ ଘରେ ରହିବା ଜରୁରୀ ବୋଲି କହିଲେ ଜିଲ୍ଲାପାଳ। ସର୍ଭେ ନିମନ୍ତେ ବ୍ରହ୍ମପୁର ପାଇଁ ୧୦୦ ଓ ଅନ୍ୟ ଅଞ୍ଚଳ ପାଇଁ ୧୦୦ ଟିମ୍ ଗଠନ କରାଯାଇଛି।

ରାଜ୍ୟରେ ଆଜି ୫୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୭୧ ମଧ୍ୟରୁ ୪୦୩ କ୍ୱାରେଣ୍ଟିନ ସେଣ୍ଟରର ଓ ୧୬୮ ଲୋକାଲ୍ କେସ୍‌ ଥିବା ଜଣାଯାଇଛି। ଗଞ୍ଜାମରୁ ସର୍ବାଧିକ ୨୭୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ଜିଲ୍ଲାରେ ୨୬୨୧ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୪ ଜଣଙ୍କ ଜୀବନ ଯାଇଥିବା ବେଳେ ୧୩୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୨୦୫ ଜଣ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଜଣେ ‘କରୋନା’ରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି। ଜିଲ୍ଲାରେ ଦିନକୁ ଦିନ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଜିଲ୍ଲାପାଳ ସଟ୍‌ଡାଉନ୍‌ ପାଇଁ ନିଷ୍ପତ୍ତି ନେଇଛନ୍ତି।

You might also like