ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଗତକାଲି ଆଉ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯୧ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୬୫୮ ଜଣ ସୁସ୍ଥ ହୋଇ ଥିବାବେଳେ ୨୨୭ ଜଣଙ୍କ ଚିକିତ୍ସାଧୀନ ଅଛନ୍ତି। ୬ ଜଣଙ୍କ ମୃତ୍ୟୁ ଘଟିଛି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ କରୋନା ଯୋଦ୍ଧା ଅଛନ୍ତି। ସେମାନଙ୍କ ମଧ୍ୟରେ ଛତ୍ରପୁରର ଜଣେ, ଚିକିଟିରୁ ୨ଜଣ, ଗଞ୍ଜାମରୁ ଜଣେ, ପୋଲସରାରୁ ୩ଜଣ, ରଙ୍ଗେଇଲୁଣ୍ଡାରୁ ଜଣେ ଓ ଭଞ୍ଜଗନରରୁ ଜଣେ ଅଛନ୍ତି।
ସମସ୍ତ ୩୮ କରୋନା ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।