ବିବାହ ଭୋଜିରେ ଅତିଥିଙ୍କୁ ପ୍ୟାକେଟ୍‌ ଖାଦ୍ୟ ଦେବାକୁ ଜାରି ହେଲା ନିର୍ଦ୍ଦେଶ

ଜାରି ହେଲା ନୂଆ ନିୟମ

ଗଞ୍ଜାମ: ବିବାହ ଭୋଜିରେ ଏଣିକି ଅତିଥି ମାନଙ୍କୁ ଆଉ ରୋଷେଇ ଖାଦ୍ୟ ନଦେଇ ପ୍ୟାକେଟ୍‌ ଖାଦ୍ୟ ଦେବା ଲାଗି ଜାରି ହୋଇଛି ନିର୍ଦ୍ଦେଶ। ଏମିତି ନୂଆ ନିୟମ ଜାରି କରିଛି ଗଞ୍ଜାମ ଜିଲ୍ଲାପ୍ରଶାସନ। କରୋନାକୁ ନଜରରେ ରଖି କରୋନା କଟକଣାକୁ ଆହୁରି କଡ଼ାକଡ଼ି କଲା ଗଞ୍ଜାମ ପ୍ରଶାସନ। କହିବାକୁ ଗଲେ ଗଞ୍ଜାମ କୋଭିଡ୍ କଟକଣାରେ କିଛି ନୂଆ ନିୟମ ଲଗାଇଛି ପ୍ରଶାସନ। କୋଭିଡ୍ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ନୂଆ ନିୟମ ଲାଗୁ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ନିଷ୍ପତ୍ତି ଅନୁସାରେ,  ବିବାହ ଉତ୍ସବରେ ୧୦୦ ଜଣ ଅତିଥିଙ୍କ ଉପସ୍ଥିତି ଲାଗି ଅନୁମତି ଦେଇଛି ପ୍ରଶାସନ। ଗୋଟିଏ ପଟେ କରୋନା ବଢିଚାଲିଥିବା କାରଣରୁ ଏବେ ଚିନ୍ତାରେ ଅଛନ୍ତି ସରକାର। ସଂକ୍ରମଣକୁ ରୋକିବାରୁ ସରକାର ବି ଅନେକ ପଦକ୍ଷେପ ନେଉଛନ୍ତି। ଆଜି ବି ରାଜ୍ୟରେ କରୋନା ଗ୍ରାଫ୍‌ ଉପରମୁହାଁ ରହିଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି  ଅନୁଗୁଳରୁ  ୩୨, କଟକରୁ ୨୮, ବରଗଡରୁ ୪୩,  କଳାହାଣ୍ଡିରୁ ୨୪, ବଲାଙ୍ଗିରରୁ ୨୦, ପୁରୀ, ରାୟଗଡ଼ାରୁ ୧୬, ମୟୂରଭଞ୍ଜରୁ ୧୩, ବାଲେଶ୍ୱରରୁ ୧୧, କେନ୍ଦୁଝରରୁ ୮ ରୋଗୀ ଚିହ୍ନଟ  ହୋଇଛନ୍ତି। ସେହିପରି ବୌଦ୍ଧ, ଦେବଗଡ, କେନ୍ଦ୍ରାପଡ଼ା, କନ୍ଧମାଳ, ନୟାଗଡରୁ ଜଣେ ଲେଖାଏ, ଗଜପତିରୁ ୩, ଗଞ୍ଜାମରୁ ୮, ଜଗତ୍‌ସିଂହପୁରରୁ ୪, ଜାଜପୁରରୁ ୧୩, ଝାରସୁଗୁଡାରୁ ୩୯, କନ୍ଧମାଳରୁ ୧,  ନବରଙ୍ଗପୁର, ଗଜପତି, କୋରାପୁଟ ଓ ଭଦ୍ରକରୁ ୩ ଲେଖାଏଁ, ନୂଆପଡାରୁ ୬୦, ସମ୍ବଲପୁରରୁ ୨୧, ସୋନପୁରରୁ ୨, ସୁନ୍ଦରଗଡରୁ ୮୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲ୍‌ରୁ ୨୨ ଜଣ ଆକ୍ରାନ୍ତଙ୍କୁ ଠାବ କରାଯାଇଛି।

ସେପଟେ କରୋନା ଉପରେ ରୋକ୍‌ ଲଗାଇବାକୁ ସରକାର ଜୋରଦାର ଉଦ୍ୟମ କରୁଛନ୍ତି। ରାଜ୍ୟରେ କେମିତି ଅଧିକ ପରିମାଣରେ ଲୋକଙ୍କୁ ଟିକା ଦିଆଯିବ ସେନେଇ ପ୍ରସ୍ତୁତି ବି ଚାଲିଛି। କିନ୍ତୁ ଏହାରି ମଧ୍ୟରେ ଆଉ ଏକ ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି। ରାଜ୍ୟରେ ସଂକ୍ରମଣ ବଢୁଥିବା ବେଳେ ଦେଖାଦେଇପାରେ ଟିକାର ଅଭାବ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ସେ କହିଛନ୍ତି ଯେ, ରାଜ୍ୟରେ କୋଭିସିଲ୍ଡ ଟିକା ୬ ଲକ୍ଷ ଅଛି ଯାହାକି ଆଉ ମାତ୍ର ୨ ଦିନ ଯିବ। ତେଣୁ ଅଧତ୍କ ଟିକା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି ବୋଲି ବିଜୟ କହିଛନ୍ତି। ଏହାସହ ରାଜ୍ୟରେ କୋଭାକ୍ସିନ ଟିକା ପ୍ରଚୁର ପରିମାଣରେ ମହଜୁଦ ଅଛି ବୋଲି ସେ କହିଛନ୍ତି। କେବଳ ଏତିକି ନୁହେଁ ବରଂ ଯେଉଁମାନେ ଛତିଶଗଡ଼ରୁ ଆସୁଛନ୍ତି ସେମାନଙ୍କର ଟେଷ୍ଟିଂ, ଟ୍ରେସିଂ କରାଯାଉଛି। କିନ୍ତୁ କରୋନା ପାଇଁ ବିଭିନ୍ନ ଜିଲ୍ଲାପ୍ରଶାସନ ମଧ୍ୟ ତତ୍ପର ହୋଇଛନ୍ତି। ଯାହାର ଉଦାହରଣ ଗଂଜାମ କହିଲେ ଅତ୍ୟୁକ୍ତି ହେବ ନାହିଁ।

You might also like