ଗଞ୍ଜାମ କଳିଙ୍ଗାଘାଟି ବସ୍‌ ଦୁର୍ଘଟଣାର ତଦନ୍ତ ହେବ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଗତକାଲି ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ପଟେଲ୍‌ ବସ୍‌ ଗଞ୍ଜାମ-କନ୍ଧମାଳ କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ତଦନ୍ତ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ନନାଭ ବେହେରା।

ଏଥିସହିତ ଘାଟିରେ ୪୦ରୁ ଅଧିକ ବେଗରେ ଗାଡ଼ି ନ ଚଳାଇବାକୁ ନିର୍ଦ୍ଦେଶ ଦିଆଯିବ। ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ଦୁର୍ଘଟଣା ଘଟିଲା। ଘାଟି ରାସ୍ତାରେ ଗାଡ଼ି ଚାଳନାର ଅଭିଜ୍ଞତା ଏମାନଙ୍କର ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ତେବେ ଗତକାଲି ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ପଟେଲ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗଞ୍ଜାମ-କନ୍ଧମାଳ କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ବସ୍‌ଟି ଘାଟିରେ ପିଟି ହେଇଯିବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା। ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ପ୍ରାୟ ୬୦ ଯାତ୍ରୀ ସୁରତରୁ ଗଞ୍ଜାମ ଫେରୁଥିଲେ।

 

You might also like