ରେଡ୍‌ ଜୋନ୍‌ରେ ଗଞ୍ଜାମ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାକୁ ରେଡ୍ ଜୋନ୍ ଭାବେ ଘୋଷଣା କଲେ ରାଜ୍ୟ ସରକାର। ଆକ୍ରାନ୍ତଙ୍କ ସଂଖ୍ୟା ଉଚ୍ଚ ମାତ୍ରାରେ ଡବଲିଂ ହେବାରୁ ଗଞ୍ଜାମ ଜିଲ୍ଲାକୁ ରେଡ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି।

ସେହିପରି ମୟୂରଭଞ୍ଜ ଓ ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ଜୋନ୍ ଭାବେ ଘୋଷଣା କରାଯାଇଛି।

ଆଜି ଗଞ୍ଜାମରେ ୧୭ ଓ ମୟୂରଭଞ୍ଜରେ ୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ତେବେ ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ କରି କରୋନା ପଜିଟିଭ୍ କେସ୍ ବାହାରିଛି।

ଗତକାଲି ଜଗତସିଂହପୁର ଜିଲ୍ଲାରେ ୪ ପଜିଟିଭ ଚିହ୍ନଟ ହୋଇଥିଲେ।

ଦିନକରେ ରାଜ୍ୟରେ ନୂଆ ୨୦ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି।

ଆହୁରି ମଧ୍ୟ ପଢ଼ନ୍ତୁ: ନୂଆ ୨୦ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର, ସମସ୍ତେ ସୁରତ ଫେରନ୍ତା

You might also like