ଆଶ୍ୱସ୍ତିର ଖବର; ଏହି ଜିଲ୍ଲାରେ କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଗଞ୍ଜାମ: ଗଞ୍ଜାମରେ କମିଛି କରୋନା ଆକ୍ରାନ୍ତ ସଂଖ୍ୟା। ପୂର୍ବ ଅପେକ୍ଷା ଏବେ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ପରିଲଖିତ ହୋଇଛି। ଆଜି ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ସହର ଓ ଗ୍ରାମାଞ୍ଚଳରେ ଡୋର୍ ଟୁ ଡୋର୍ ସ୍କ୍ରିନିଂ ଦ୍ୱାରା ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତଥାପି ଅନ୍ୟ ଜିଲ୍ଲା ଅପେକ୍ଷା ଏବେ ଗଞ୍ଜାମରେ ସଂକ୍ରମଣ ହାର ଅଧିକ ରହିଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି କଡ଼ା ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ।

ସେହିଭଳି ଅଗଷ୍ଟ ମାସରେ ନୂଆ କଟକଣା ଜାରି ହୋଇଛି। ଅଗଷ୍ଟ ମାସରେ ବିଶେଷ ଭାବେ ବ୍ରହ୍ମପୁର ସହରର ପ୍ରବେଶ ଓ ପ୍ରସ୍ଥାନକୁ ବନ୍ଦ କରାଯାଇଛି। ଅତିଆବଶ୍ୟକ ହେଉଥିବା ଲୋକଙ୍କୁ ହିଁ ଯିବାକୁ ଅନୁମତି ମିଳିବ। ସେହିପରି ଗ୍ରାମାଞ୍ଚଳରେ ବି ସୀମା ସିଲ୍ କରାଯାଇ ଯାଞ୍ଚ କରାଯାଇଛି। ତେବେ ଗଞ୍ଜାମ ଜିଲ୍ଲାରେ ଲକ୍‌ଡାଉନ୍ ନିୟମରେ ପରିବର୍ତ୍ତନ କରିଛି ଜିଲ୍ଲା ପ୍ରଶାସନ।

ସକାଳ ୫ଟାରୁ ଅପରାହ୍ନ ୪ଟା ଯାଏଁ ଜିଲ୍ଲାରେ ଦୋକାନ ବଜାର ଖୋଲା ରହିବ। ତେବେ ଦୋକାନୀଙ୍କ ପାଇଁ ସ୍ୱତନ୍ତ୍ର ପାଞ୍ଚୋଟି ନିୟମ ଲାଗୁ ରହିବ। ଦୋକାନୀ ଗ୍ରାହକଙ୍କ ନା, ଠିକଣା ଲେଖି ରଖିବେ। ଦୋକାନ ସମ୍ମୁଖରେ ବ୍ୟାରିକେଡ୍, ସାମାଜିକ ଦୂରତା, ମାସ୍କ, ସାନିଟାଇଜର୍ ବ୍ୟବହାର ପରି ନିୟମ ପୂର୍ବ ଭଳି କଡ଼ାକଡ଼ି ପାଳନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

ଆହୁରି ପଢ଼ନ୍ତୁ

ହକି ଦଳର ଅଧିନାୟକ ମନପ୍ରୀତ ଓ ଅନ୍ୟ ୩ ଖେଳାଳିଙ୍କୁ କରୋନା

ଆଜି ସୁସ୍ଥ ହେଲେ ୧୮୧୦ କରୋନା ଆକ୍ରାନ୍ତ

କରୋନା ଲଢ଼େଇରେ ଶିକ୍ଷକଙ୍କ ଅବଦାନକୁ ଭୁଲିଗଲେ କି ସରକାର ?

ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେନି ହେମନ୍ତ ଶର୍ମା

ଭୁବନେଶ୍ୱର ସହରରୁ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

କରୋନା ମୃତ୍ୟୁର ଅଡିଟ୍ ପାଇଁ ଦାବି କଲେ କଂଗ୍ରେସ ସାଂସଦ

ପଛରେ ପଡ଼ିଲା ଗଞ୍ଜାମ; ଆଜି ଏହି ଜିଲ୍ଲାରେ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଁଖାଇ ପାଇଁ ସଟ୍‌ଡାଉନ୍ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜୟନାରାୟଣଙ୍କ ଚିଠି

ଅଗଷ୍ଟ ଶେଷରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ

ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାର ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

କରୋନାରୁ କେବେ ମିଳିବ ମୁକ୍ତି ? ଆସିଲା ଖୁସି ଖବର

‘କରୋନା ତଥ୍ୟ ଲୁଚାଉଛନ୍ତି ରାଜ୍ୟ ସରକାର’

You might also like