• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: କରୋନା ମୁକାବିଲା କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି ଯେ କେବଳ ଟ୍ୱିଟରରେ କରୋନା ଯୁଦ୍ଧ କରୁଛନ୍ତି ରାଜ୍ୟ ସରକାର। ଗଂଜାମରେ ସ୍ଥିତି ଅସମ୍ଭାଳ ହୋଇଛି। ଲୋକେ କିପରି କରୋନାକୁ ଭୟ କରୁଛନ୍ତି, କିଭଳି ସାଧାରଣ ରୋଗୀ ହଇରାଣ ହେଉଛନ୍ତି-ଓଟିଭିରେ ପ୍ରସାରିତ ଏକ ଖବରର ଉଦାହରଣ ଦେଇ ଭୃଗୁ ଦାବି କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଏପରି ଅଭିଯୋଗ କରିଛନ୍ତି ଭୃଗୁ।

ଗଂଜାମକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉ। ଅଧିକ ବେଡ୍ କରାଯାଉ, ଅଧିକ ଟେଷ୍ଟ କରାଯାଉ ତା ସହିତ କରୋନା ଯୋଦ୍ଧାଙ୍କୁ ସୁରକ୍ଷିତ ରଖିବାକୁ ସେମାନେ ଉପଯୁକ୍ତ କିଟ୍ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। ବିଜେପି ଅଭିଯୋଗର ଜବାବ ଦେଇଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ବିଜେପି ନେତାଙ୍କୁ କଣ ଗୁଜରାଟ ସ୍ଥିତି ଦେଖାଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି। ଯିଏ ଗୁଜରାଟରୁ ଆଶୁଛି, ତା ଠାରେ ପଜିଟିଭ୍ ଆସୁଛି ବୋଲି ପ୍ରମିଳା ଜବାବ ଦେଇଛନ୍ତି।

https://youtu.be/ra_DklV3WLE

Ganjam-data-reflects-covid19-mismanagement-in-odisha-bjp
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories