ଗଞ୍ଜାମ କରୋନା ଆକ୍ରାନ୍ତଙ୍କର ରହିଛି ସୁରତ ଲିଙ୍କ୍

ଗଞ୍ଜାମ: ଗଞ୍ଜାମ ଆକ୍ରାନ୍ତଙ୍କ ରହିଛି ସୁରତ ଲିଙ୍କ୍। ଜିଲ୍ଲାରେ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ ସୁରତରୁ ଫେରିଛନ୍ତି।

ଆଜି ଏନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ। ୧୭ ଓ ୨୨ ବର୍ଷର ଏହି ଦୁଇ ଜଣ ଯୁବକ ସୁରତରୁ ଫେରିଥିଲେ।

ତେବେ ଏମାନଙ୍କ ପାଖରେ ଲକ୍ଷଣ ଦେଖାଯାଇନଥିଲା ବୋଲି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ।

ହେଲେ ଏମାନେ କ୍ୱାରେଣ୍ଟିନ୍‌ରେ ଥିଲେ କିମ୍ବା ନାହିଁ ସେ ସମ୍ପର୍କରେ ଏବେ ଯାଏ ସୂଚନା ଦିଆଯାଇନି। ରାଜ୍ୟର ୧୬ ତମ ଜିଲ୍ଲା ଭାବେ ଗଞ୍ଜାମକୁ କରୋନା ପହଞ୍ଚିଛି।

ସେହିଭଳି ଝାରସୁଗୁଡ଼ାରରୁ ଚିହ୍ନଟ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ। ୪୦ ବର୍ଷୀୟ ମହିଳାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଆକ୍ରାନ୍ତ ମହିଳା ଲଖନପୁର ବ୍ଲକ କୁଡ଼ାଲୋଇ ପଞ୍ଚାୟତ ଡହଲବେଡ଼ା ଗାଁର ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଭଉଣୀଙ୍କ ଝିଅର ଡେଲିଭରି ଥିବାରୁ ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ସେ ସୁନ୍ଦରଗଡ଼ ଜିଲ୍ଲା ବନ୍ଧପାଲୀ ଯାଇଥିଲେ। ୨୬ ତାରିଖରେ ଫେରିବା ପରେ ଘର ଭିତରେ ରହିଥିଲେ। ସୁନ୍ଦରଗଡ଼ରୁ ଫେରିଥିବାରୁ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ତେବେ ସଂପୃକ୍ତ ଅଞ୍ଚଳ କଣ୍ଟେନମେଣ୍ଟ ହେବ ନା ନାହିଁ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏହାପରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବଢ଼ିଛି।

ବାଲେଶ୍ୱରରେ ମଧ୍ୟ ଆଜି ଆଉ ଏକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଜଣେ ୩୪ ବର୍ଷୀୟ ଯୁବକ ଓ ସେ କୋଲକାତାରୁ ଫେରିଥିଲେ ବୋଲି ସୂଚନା ଓ ଲକୋ ସମ୍ପର୍କ ବିଭାଗ ସୂଚନା ଦେଇଛି। ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬୧କୁ ବୃଦ୍ଧି ପାଇଛି।

ଏବେ ଯାଏ ରାଜ୍ୟରେ ୫୬ ଜଣ ସୁସ୍ଥ ହୋଇଥିବା ବେଳେ ୧୦୩ ଜଣଙ୍କ ଚିକିତ୍ସା ଚାଲିଛି। ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

 

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like