• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଯେଉଁଭଳି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ତାକୁ ନେଇ ଏବେ ଚିନ୍ତା ବଢ଼ିଛି।  ଜିଲ୍ଲାରେ ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି।

ଘର ଠାରୁ ୧ କି.ମି.ରୁ ଅଧିକ ଦୂରକୁ ଯାତ୍ରା ନ କରିବାକୁ ଗଞ୍ଜାମ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ନିବେଦନ କରିଛନ୍ତି। କରୋନା ସଂକ୍ରମଣକୁ ନେଇ ଜିଲ୍ଲାପାଳ ଏହି ନିବେଦନ କରିଥିବା ଜଣାପଡ଼ିଛି।

ଏଥିସହ ଜ୍ୱର, କାଶ, ଅଣନିଶ୍ୱାସୀ ଓ ଝାଡାବାନ୍ତି ଭଳି ଲକ୍ଷଣ ଦେଖାଦେଲେ ଏହାକୁ ନ ଲୁଚାଇ ତୁରନ୍ତ ନିକଟତମ ଆଶାକର୍ମୀଙ୍କୁ ଜଣାଇବାକୁ କୁହାଯାଇଛି। ଯଦି କେହି କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଛନ୍ତି, ତା’ହେଲେ ସେ ସମ୍ପର୍କିତ ତଥ୍ୟ ମଧ୍ୟ ନ ଲୁଚାଇବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ, ବ୍ରହ୍ମପୁରରେ ୪ ଦିନିଆ ସଟ୍‌ଡାଉନ୍‌ର ଆଜି ତୃତୀୟ ଦିନ। ‌ଆସନ୍ତା ୩୦ତାରିଖ ଯାଏ ଏହି ସଟ୍‌ଡାଉନ୍‌ ବଳବତ୍ତର ରହିବ। ଏଥିପାଇଁ ସହରର ସବୁ ମୁଖ୍ୟ ରାସ୍ତାକୁ ସିଲ୍ କରାଯାଇଛି। ୭୦ଟି ହେଲ୍‌ଥ୍‌ ଟିମ୍ ଘର ଘର ବୁଲି କଣ୍ଟାକ୍ଟସ୍‌ ଟ୍ରେସିଂ, ଆଇସୋଲେସନ୍ ଓ ହୋମ୍ କ୍ୱାରେଣ୍ଟିନ୍ ବ୍ୟବସ୍ଥାର ଯାଞ୍ଚ କରୁଛନ୍ତି। ସେହିପରି ଦିଗପହଣ୍ଡି ସିଦ୍ଧେଶ୍ୱର ପଞ୍ଚାୟତକୁ ରବିବାରଠୁ ୭ ଦିନ ଯାଏ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି।

Ganjam-collector-requests-residents-not-to-travel-more-than-1-km-from-their-native-places-11
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories