ଓଡ଼ିଶାର ଏହି ଜିଲ୍ଲାରେ ଗ୍ରାମାଞ୍ଚଳ ଲୋକଙ୍କୁ ସହର ଆସିବା ମନା

ବ୍ରହ୍ମପୁର: ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ପ୍ରତ୍ୟେକ ଦିନ ଜିଲ୍ଲାରୁ ଆକ୍ରାନ୍ତମାନେ ଚିହ୍ନଟ ହେଉଛନ୍ତି। ତେବେ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରକୁ ଆଜିଠୁ ଆଜିଠୁ ୪ ଦିନ ପାଇଁ  ସଟ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ କବିସୂର୍ଯ୍ୟନଗର ବ୍ଲକ୍‌ର ଏ. ବାରିଡ଼ା ଗାଁକୁ ଆଜିଠୁ ୭୨ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା ହୋଇଛି। ଏହାସହ ଏ.ବାରିଡ଼ାର ଆଖପାଖ ଗାଁକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି।

ସେହିପରି ଆଜିଠୁ ଆସନ୍ତା ୧୫ ଦିନ ଯାଏ ଗ୍ରାମାଞ୍ଚଳ ଲୋକଙ୍କୁ ସହରକୁ ନ ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଅତି ଆବଶ୍ୟକ ନଥିଲେ ନ ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହାସହ ଜନଗହଳି ଠାରୁ ଦୂରେଇ ରୁହନ୍ତୁ ଓ ୨ ମିଟର ଦୂରତା ବଜାୟ ରଖନ୍ତୁ। ମାସ୍କ ପିନ୍ଧନ୍ତୁ ଓ ବାରମ୍ବାର ହାତ ଧୋଇବାକୁ ଜିଲ୍ଲାପାଳ ଟ୍ୱିଟ୍‌ କରି ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି।

ଆହୁରି ମଧ୍ୟ ପଢ଼ନ୍ତୁ: ଆଜିଠୁ ୪ ଦିନ ପାଇଁ ବ୍ରହ୍ମପୁର ସହର ସଟ୍‌ଡାଉନ୍

ଆହୁରି ପଢ଼ନ୍ତୁ

You might also like