ତାସ୍, କ୍ରିକେଟ୍, ଭଲିବଲ୍ ଖେଳିବା ମନା; ଦୋକାନୀଙ୍କ ପାଇଁ ୫ ନିୟମ
ଭୁବନେଶ୍ୱର: ତାସ, କ୍ରିକେଟ, ଭଲିବଲ ଖେଳିଲେ ଏତଲା ହେବ ଓ ୧୪ ଦିନିଆ କ୍ୱାରେଣ୍ଟିନ୍ରେ ରଖାଯିବ। ସେହିପରି ଦୋକାନୀ ୫ଟି ନମାନିଲେ ମାସେ ପାଇଁ ଦୋକାନକୁ ବନ୍ଦ କରାଯିବ। ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ଏକ ପଦକ୍ଷେପ ନିଆଯାଇଛି। ଗଞ୍ଜାମ ଜିଲ୍ଲାରେ ଦୋକାନୀଙ୍କ ପାଇଁ ଜିଲ୍ଲାପାଳ ୫ଟି ନିୟମ ମାନିବାକୁ କହିଛନ୍ତି। ଏହି ନିୟମ ନ ମାନିଲେ ଜରିମାନା ଆଦାୟ କରାଯିବା ସହ ଏତଲା ଦିଆଯିବ। ଆବଶ୍ୟକ ସ୍ଥଳେ ମାସେ ପର୍ଯ୍ୟନ୍ତ ଦୋକାନ ବନ୍ଦ କରାଯିବ।
ଜାଣନ୍ତୁ ସେହି ନିୟମ ଗୁଡିକ କଣ:-
୧- ଦୋକାନ ସାମ୍ନାରେ ଡବଲ ବ୍ୟାରିକେଡ କରିବାକୁ ପରାମର୍ଶ
୨- ନିଜେ ମାସ୍କ ପିନ୍ଧିବେ; ନୋ ମାସ୍କ ନୋ ଗୁଡ୍ସ ବୋର୍ଡ ମାରିବେ
୩- ଗ୍ରାହକଙ୍କ ପାଇଁ ଦୋକାନ ସାମ୍ନାରେ ୨ ମିଟର ଦୂରତାରେ ସର୍କଲ କରିବେ
୪- ସବୁ ଦୋକାନୀ ସାନିଟାଇଜର ଓ ହାତ ଧୋଇବାର ବ୍ୟବସ୍ଥା କରିବେ
୫- ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ ଭାବି ଗ୍ରାହକଙ୍କ ପାଇଁ କଣ୍ଟା ଡାଏରୀ କରିବେ
ଏହାସହ ତାସ, କ୍ରିକେଟ, ଭଲିବଲ ଖେଳିଲେ ଏତଲା ହେବ ଓ ୧୪ ଦିନିଆ କ୍ୱାରେଣ୍ଟିନ୍ରେ ରଖାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଗଞ୍ଜାମରେ ସ୍ଥିତି ଅସମ୍ଭାଳ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି।
ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ସର୍ବାଧିକ ୮୬୭୮ ଜଣ ସଂକ୍ରମିତ ହେଲେଣି। ଏମାନଙ୍କ ମଧ୍ୟରୁ ୭୯ ଜଣଙ୍କ ମୁଣ୍ଡ ନେଲାଣି କରୋନା।