ଗଞ୍ଜାମରେ କମୁଛି କରୋନା ସଂକ୍ରମଣ, ଏବେ ଖୋର୍ଦ୍ଧା ଚିନ୍ତାର କାରଣ

ଭୁବନେଶ୍ୱର: ଓଡ଼ିଶାରେ କରୋନାରେ କେନ୍ଦ୍ରସ୍ଥଳ ପାଲଟିଥିବା ଗଞ୍ଜାମରେ ନିୟନ୍ତ୍ରଣକୁ ଆସୁଛି କରୋନା ସ୍ଥିତି। ରାଜ୍ୟ ସରକାରଙ୍କ ଫୋକସ ଗଞ୍ଜାମ ଥିଓରୀ, ଜିଲ୍ଲା ପ୍ରଶାସନର ପଞ୍ଚସୂତ୍ରୀ କାର୍ଯ୍ୟକ୍ରମ ଏବଂ ଜିଲ୍ଲାବାସୀଙ୍କ ସଚେତନତା ପାଇଁ ସଂକ୍ରମଣରେ ହାର କମିବାରେ ଲାଗିଛି। ତଥ୍ୟ ଅନୁସାରେ ଗତ ଜୁଲାଇ ଶେଷ ସପ୍ତାହରୁ କୋଭିଡ୍ ମହାମାରୀ ଜିଲ୍ଲାରେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଥିବାରୁ ଏହା ସାରା ରାଜ୍ୟ ପାଇଁ ଆଶ୍ୱାସନା ଆଣିଛି। ଏପଟେ ଗଞ୍ଜାମରେ କମୁଥିଲା ବେଳେ ଖୋର୍ଦ୍ଧାରେ ସଂକ୍ରମଣର ହାର ବଢ଼ିବା ସହ କଟକ, ଯାଜପୁର ଓ ସୁନ୍ଦରଗଡ଼ ଭଳି ଜିଲ୍ଲାରେ ମହାମାରୀ କାୟା ବଢାଉଥିବାରୁ ଏହା ଚିନ୍ତାର କାରଣ ପାଲଟିଛି।

ଓଡ଼ିଶାର କରୋନା ଗଡ଼ ପାଲଟିଥିବା ଗଞ୍ଜାମରେ କମୁଛି ମହାମାରୀର ପ୍ରକୋପ। ସଂକ୍ରମଣରେ ସବୁଠୁ ଆଗୁଆ ଜିଲ୍ଲାରେ ସୁଧୁରୁଛି ସ୍ଥିତି। ତଥ୍ୟ କହୁଛି ଗଞ୍ଜାମରେ ଗତ ଗୋଟିଏ ମାସ ଭିତରେ ଆଶ୍ଚର୍ଯ୍ୟଜନକ ଭାବେ କମିଛି ସଂକ୍ରମଣର ହାର। ଜୁଲାଇ ଶେଷ ସପ୍ତାହରୁ ଗଞ୍ଜାମରେ ତଳକୁ ତଳକୁ ଖସୁଛି କରୋନା ମିଟର। ବିଶେଷକରି ସଂକ୍ରମଣରେ ଆଗୁଆ ଥିବା ଏ ଜିଲ୍ଲାରେ ଜୁଲାଇ ୨୨ରେ ଚିହ୍ନଟ ହୋଇଥିଲେ ସର୍ବାଧିକ ୭୩୨ ପଜିଟିଭ୍। ଆଉ ଠିକ୍ ଏହା ପରେ ହିଁ କମି କମି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। କେବଳ ଜୁଲାଇ ୨୭କୁ ଛାଡ଼ିଦେଲେ ଜିଲ୍ଲାରେ ୩୦୦ ପ୍ଲସ ଟ୍ରେଣ୍ଡରୁ ଉପରକୁ ଡେଇଁନି ସଂକ୍ରମଣ।

ଏପଟେ କରୋନା ନିୟନ୍ତ୍ରଣ ପାଇଁ ଜିଲ୍ଲାକୁ ସରକାର ଫୋକସରେ ରଖିବା, ପ୍ରଶାସନିକ ସ୍ତରରେ ପଞ୍ଚସୂତ୍ରୀ କାର୍ଯ୍ୟକ୍ରମ ଗ୍ରହଣ, ଅଧିକ ଟେଷ୍ଟି, ଅଧିକ ସଂଖ୍ୟାରେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ୍, ହେଲଥ୍ ସ୍କ୍ରିନିଂ ଫଳରେ ଏବେ ୮୪ ପ୍ରତିଶତ ଗ୍ରାମାଞ୍ଚଳ ଏବଂ ୫୫% ସହରାଞ୍ଚଳ ଗ୍ରୀନ ଏରିଆରେ ପରିଣତ ହୋଇଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

ତେବେ ଉଦବେଗର ବିଷୟ, ଗଞ୍ଜାମରେ କରୋନା ମିଟର ତଳକୁ ଖସୁଥିଲେ ବି ଏପଟେ ଖୋର୍ଦ୍ଧା ଜିଲ୍ଲାରେ ବଢ଼ି ଚାଲିଛି ସଂକ୍ରମଣର ହାର। ଗତ ସପ୍ତାହକ ମଧ୍ୟରେ ଗଞ୍ଜାମରେ ୧୭୬୩ ଆକ୍ରାନ୍ତ ଚିହ୍ନଟ ବେଳେ ଖୋର୍ଦ୍ଧାରେ ଚିହ୍ନଟ ହୋଇଛନ୍ତି ୧୯୫୫ ସଂକ୍ରମିତ।

ସେହିଭଳି କଟକ, ଯାଜପୁର, ସୁନ୍ଦରଗଡ ଭଳି ଜିଲ୍ଲାରେ ସଂକ୍ରମଣର ରୂପ ସାଂଘାତିକ ହେଉଥିବାରୁ ସରକାରଙ୍କ ଫୋକସରେ ରହିଛି ଏସବୁ ଜିଲ୍ଲା। ଏସବୁ ଭିତରେ ରାଜ୍ୟରେ ଚିନ୍ତା ବଢାଇଛି ଜେଲ ସଂକ୍ରମଣ ରାଉରକେଲା ସ୍ୱତନ୍ତ୍ର ଜେଲରେ ପୁଣି ୫୪ ଓ ଜଗତସିଂହପୁର ଆଳିପଙ୍ଗଳ ଉପକାରାଗାରରେ ୨୧ ଜଣ ଅନ୍ତେବାସୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ ଏବେ ଅଡୁଆରେ ପଡ଼ିଛନ୍ତି ଏସବୁ ଜେଲ କର୍ତ୍ତୃପକ୍ଷ।

ଏପଟେ ଆଜି ଗୋଟିଏ ଦିନରେ ମହାମାରୀ ଆଉ ୧୦ ଜଣଙ୍କ ଜୀବନ ନେଇଛି। ଗଞ୍ଜାମରୁ ୪, ପୁରୀରୁ ୩, ସମ୍ବଲପୁର, ସୁନ୍ଦରଗଡ଼ ଓ କଟକରୁ ଜଣେ ଲେଖାଏଁ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୧୯୭୭ ପଜିଟିଭ ଚିହ୍ନଟ ହୋଇଥିବା ବେଳେ  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୨ ଓ ଗଞ୍ଜାମ ଜିଲ୍ଲାରୁ ୨୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

IT ଛାତ୍ର ତିଆରି କଲେ ଦେଶୀ ଭେଣ୍ଟିଲେଟର

ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆସିପାରିଲାନି ଆମ୍ବୁଲାନ୍ସ, ଅଧା ବାଟରେ ପ୍ରସବ କଲେ ମହିଳା

ବରମୁଣ୍ଡା ବସ୍ ଷ୍ଟାଣ୍ଡ ହେବ ISBT

ଅଧ୍ୟାପକ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

You might also like