ଜଣଙ୍କର ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିଲା, ଆଉ ଜଣଙ୍କୁ ଉଠାଇ ନେଲା ପ୍ରଶାସନ

ଆସିକା: ଜଣଙ୍କର ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିଲା, ଆଉ ଜଣଙ୍କୁ ଉଠାଇ ନେଲା ପ୍ରଶାସନ। ନୀତିନ ପ୍ରଧାନ ନାଁରେ ହଇରାଣ ହେଉଛନ୍ତି ନୀଳାଞ୍ଚଳ ପ୍ରଧାନ। ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁରରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ନୀଳାଞ୍ଚଳ ହେଉଛନ୍ତି ରାମଚନ୍ଦ୍ରପୁର ରଘୁନାଥ ହାଇସ୍କୁଲର ରାତ୍ରି ଜଗୁଆଳି। କିଛି ଦିନ ତଳେ MY GOVT ପକ୍ଷରୁ ନୀତିନ ପ୍ରଧାନଙ୍କ ଉଦ୍ଦେଶ୍ୟରେ ନୀଳାଞ୍ଚଳଙ୍କ ପାଖକୁ କୋଭିଡ୍ ସମ୍ବନ୍ଧୀୟ ଏକ ମେସେଜ୍ ଆସିଥିଲା। ପ୍ରଶାସନ ତାଙ୍କୁ ନାଁ ପଚାରିବା ପରେ ସେ ନୀଳାଞ୍ଚଳ ପ୍ରଧାନ ବୋଲି କହିଥିଲେ। ଏହାସତ୍ତ୍ୱେ ତାଙ୍କୁ କୋଭିଡ୍ ଗାଡିରେ ବ୍ରହ୍ମପୁର କୋଭିଡ୍ ହସ୍ପିଟାଲକୁ ନିଆଯାଇଥିଲା।

ହସ୍ପିଟାଲରେ ତାଙ୍କୁ ନୀତିନ ପ୍ରଧାନଙ୍କ ନାଁରେ ଥିବା ଫର୍ମରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଉଥିବା ନୀଳାଞ୍ଚଳ ଅଭିଯୋଗ କରିଛନ୍ତି। ତାଙ୍କର କୋଭିଡ୍ ରିପୋର୍ଟ ମଧ୍ୟ ପ୍ରଶାସନ ଦେଉନଥିବା ସେ ଅଭିଯୋଗ କରିଛନ୍ତି। ସେପଟେ ପରିବାର ଲୋକଙ୍କ ଅଭିଯୋଗ, ନୀଳାଞ୍ଚଳ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ  କିନ୍ତୁ ହସ୍ପିଟାଲରେ ତାଙ୍କର ଠିକ୍‌ରେ ଚିକିତ୍ସା କରାଯାଉନାହିଁ। ତେଣୁ ତୁରନ୍ତ ଘରକୁ ଛାଡ଼ିବାକୁ ଆକୁଳ କଣ୍ଠରେ ନିବେଦନ କରିଛନ୍ତି ନୀଳାଞ୍ଚଳଙ୍କ ସ୍ତ୍ରୀ ଓ ଝିଅ।

ଏଠି ପ୍ରଶ୍ନ ଉଠୁଛି, ନୀତିନ ନାମଧାରୀ ବ୍ୟକ୍ତିଙ୍କୁ ନଆଣି ନୀଳାଞ୍ଚଳଙ୍କୁ କାହିଁକି ହସ୍ପିଟାଲ ଆଣିଛି ପ୍ରଶାସନ  ?  ଯଦି ଆଣିଛି, ତେବେ ଚିକିତ୍ସା ନକରି ରଖିଛନ୍ତି କାହିଁକି? ଭୁଲ ଲୋକଙ୍କ ପାଖରେ ପହଞ୍ଚୁଛି କି କୋଭିଡ୍ ମେସେଜ୍, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ତେବେ ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।

ଆହୁରି ପଢ଼ନ୍ତୁ

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

ଦାଦାବଟି ରୋକିବାକୁ ଜାରି ହେଲା ହେଲ୍ପଲାଇନ୍ ନମ୍ୱର

You might also like